ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ

ତାଳଚେର, ୧୦ା୩(ନି.ପ୍ର.)- ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ଦୟସାଗର ମିଶ୍ରଙ୍କୁ କେତେଜଣ ଦୁର୍ବୁତ୍ତ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସୂଚନା ମୁତାବକ, ଅପରାହ୍ନରେ ଦୟସାଗର ଅନ୍ୟ ଜଣେ ଓକିଲ ବନ୍ଧୁଙ୍କ ସହିତ ନିଜ କାର ଯୋଗେ ଟାଉନ ସ୍ଥିତ ବାସଭବନକୁ ଫେରୁଥିଲେ । ହାଟତୋଟା ରାସ୍ତାରେ ହଠାତ ୬/୭ ଜଣ ଯୁବକ ମାରଣାସ୍ତ୍ର ଧରି ତାଙ୍କ ଗାଡିକୁ ଅଟକାଇବା ସହ ଅତର୍କିତ ଭାବରେ ତାଙ୍କୁ ମାଡ ମାରିଥିଲେ। ଏଥିରେ ତାଙ୍କ କାରଟି ମଧ୍ୟ ଭାଙ୍ଗିରୁଜି ଯାଇଛି। ଏହାକୁ ନେଇ ଥାନାରେ ଉତ୍ତେଜନା ଦେଖାଦେଇଛି ପୋଲିସ ଏକ ମକଦ୍ଦମା ରୁଜୁ କରି ଅନୁସନ୍ଧାନ ଚଳାଇଛି।