ଆଇନରେ ପରିଣତ ହେଲା ସିଏବି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭଦ୍ରକର ମୁସଲମାନ ପ୍ରତିନିଧି ଦଳ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ନାଗରିକତ୍ୱ(ସଂଶୋଧନ) ବିଲ୍‌(ସିଏବି) ଆଇନରେ ପରିଣତ ହୋଇଛି। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଦ୍ରକ ଜିଲା ଚଉଦ ମହଲା ମୁସଲମାନ ପ୍ରତିନିଧି ଦଳ ଭେଟିଛନ୍ତି। ସେମାନେ ଆଇନକୁ ନେଇ ଭୟଭୀତ ବୋଲି ଜଣାଇଛନ୍ତି। ତେବେ ଏନେଇ ଭୟ ନ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିବା ସମ୍ପୃକ୍ତ ପ୍ରତିନିଧି ଦଳ କହିଛନ୍ତି। ଭବିଷ୍ୟତରେ ଓଡ଼ିଶାରେ ଏନ୍‌ଆର୍‌ସି ଲାଗୁ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେମାନେ ଦାବି କରିଥିବା ପ୍ରକାଶ କରିଛନ୍ତି।

Share