କୁଆଲାଲାମପୁର,୨୬।୮: ଭାରତରୁ ପଳାୟନ କରି ମାଲେସିଆରେ ଶରଣ ନେଇଥିବା ବିବାଦୀୟ ଇସଲାମିକ ଧର୍ମ ପ୍ରଚାରକ ଜାକିର ନାଇକଙ୍କ ବିରୋଧରେ ସେଠାକାର ସରକାରଙ୍କ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କିଛିଦିନ ତଳେ ମାଲେସିଆରେ ଜାକିର ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଏହାକୁ ବନ୍ଦ କରି ଦିଆଯାଇଥିଲା। ଏହାପରେ ସେଠାକାର ଗୃହମନ୍ତ୍ରୀ ତାନ ଶ୍ରୀ ମୁଇଦ୍ଦିନ ୟାସିନ କହିଥିଲେ ଆଇନର ଊର୍ଦ୍ଧ୍ୱରେ କେହି ନୁହେଁ, ଜାକିର ନାଇକ ବି ନୁହେଁ।