Categories: ଜାତୀୟ

ଆଇନ ଅନୁସାରେ ମହାତ୍ମା ନୁହଁନ୍ତି ଜାତିର ପିତା: ସମ୍ବିଧାନର ଅନୁଚ୍ଛେଦ ୧୮(୧) ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଲା ସୂଚନା

ନୂଆଦିଲ୍ଲୀ,୨୬।୯: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ଜାତିର ପିତା ବୋଲି କହିଛନ୍ତି। ଏହାକୁ କଂଗ୍ରେସ ନେତା ନାପସନ୍ଦ କରିଛନ୍ତି। ଜାତିର ପିତା ଭାବେ ମହାତ୍ମା ଗାନ୍ଧୀଙ୍କୁ କୁହାଯାଉଥିବାରୁ ମୋଦିଙ୍କ ପାଇଁ ଏହା ପ୍ରଯୁଯ୍ୟ ନୁହେଁ ବୋଲି କେତେକ ଯୁକ୍ତି କରିଛନ୍ତି। ତେବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମ୍ବିଧାନର ଅନୁଚ୍ଛେଦ ୧୮(୧) ସମ୍ପର୍କରେ ଏନେଇ ସୂଚନା ଦିଆଯାଇଛି। ଏହି ଅନୁଚ୍ଛେଦରେ ଉଲ୍ଲେଖ ରହିଛି ଯେ, ଦେଶର କେବଳ ଶିକ୍ଷକ ଏବଂ ସୈନ୍ୟଙ୍କୁ ଯେ କୌଣସି ଉପାଧି ଦିଆଯିବାର ପ୍ରାବଧାନ ନାହିଁ। ତେବେ ୨୦୧୨ରେ ସୂନା ଅଧିକାର ଆଇନ ଅନ୍ତର୍ଗତ ଏକ ଆବେଦନରେ ସରକାର ଉତ୍ତର ଦେଇଥିଲେ ଯେ, ଯେକୌଣସି ବ୍ୟକ୍ତିଙ୍କୁ ଜାତିର ପିତା ଉପାଧି ଦେବା ପାଇଁ ସରକାର ରାଷ୍ଟ୍ରପ୍ରତିଙ୍କୁ ସୁପାରିଶ୍‌ କରିପାରିବେ ନାହିଁ। ମହାତ୍ମାଙ୍କୁ ପ୍ରଥମେ ସୁଭାଷ ବୋଷ ୧୯୪୪ ଜୁନ୍‌ ୪ରେ ଜାତିର ପିତା ବୋଲି ସମ୍ବୋଧନ କରିଥିଲେ। ଏହାପରେ ଲୋକେ ସମ୍ମାନ ଜଣାଇବା ଲାଗି ଏଭଳି କହିବା ଆରମ୍ଭ କରିଥିଲେ। ଏହାପରେ ୧୯୪୮ ଜାନୁୟାରୀ ୩୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ମହାତ୍ମାଙ୍କ ହତ୍ୟା ପରେ ଜାତିର ପିତା ଆଉ ନାହାଁନ୍ତି ବୋଲି କହି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି।

Share