ଆଇନ ଉଲ୍ଲଂଘନ କରି ଦୁଇ ଜୁଏଲାରୀ ଦୋକାନ ସିଲ୍‌: ଦେଲେ ୧୦ ହଜାର ଲେଖାଏ ଫାଇନ

କଣ୍ଟାବାଞ୍ଜି, ୧।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ମେ’ ୩ ତାରିଖ ଯାଏ ଲକ୍‌ଡାଉନ ଜାରି ରଖିଛନ୍ତି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୌରାଞ୍ଚଳରେ କେତେକ ନିର୍ଦ୍ଧିଷ୍ଟ ଦୋକାନ ଖୋଲିବାର ଆଦେଶ ରହିଛି। ମାତ୍ର ସହରର କେତେକ ଜୁଏଲାରୀ ଦୋକାନ ଲକ୍‌୍‌ଡାଉନ ଆଇନକୁ ଉଲ୍ଲଂଘନ କରି ଖୁଲମ୍‌ ଖୁଲା ଦୋକାନ ଖୋଲି ବ୍ୟବସାୟ କରୁଥିଲେ। ଶୁକ୍ରବାର ଦିନ କଣ୍ଟାବାଞ୍ଜି ରୋଡ ନଂ. ୨ ଡେଲି ମାର୍କେଟ ନିକଟରେ ଥିବା ବନମାଳି ଓ କେ.କେ.ଜୁଏଲାରୀ ଦୋକାନରେ ଅଚାନକ କଣ୍ଟାବାଞ୍ଜି ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ସିଲ୍‌ କରାଯାଇଛି। ଦୋକାନ ଭିଡ଼ ଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ସିଲ୍‌ ସମୟରେ ଉଭୟ ଦୋକାନୀଙ୍କଠାରୁ ୧୦ ହଜାର ଟଙ୍କା ଲେଖାଏ ଫାଇନ ଆଦାୟ କରାଯାଇଛି। ଏହି ସମୟରେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝି, ଏନ୍‌ଏସି. ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ର, ପୋଲିସ ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର, ଏଏସ୍‌ଆଇ ଖୁଆସବାବୁ ଓ ପୋଲିସ ଟିମ ଉପସ୍ଥିତ ଥିଲେ।

Share