ଆଇନ ମନ୍ତ୍ରଣାଳୟର ଅଧିକାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୫।୫: ଆଇନ ମନ୍ତ୍ରଣାଳୟର ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଶାସ୍ତ୍ରୀ ଭବନର ଗୋଟିଏ ମହଲାକୁ ଆଶିଂକ ଭାବେ ସିଲ୍‌ କରାଯାଇଥିବା ସୂଚନା ମିଳିଛି। ଏହି ସରକାରୀ କୋଠାରେ ଆଉ କିଛି ମନ୍ତ୍ରଣାଳୟର କାର୍ଯ୍ୟାଳୟ ମଧ୍ୟ ରହିଛି। ସରକାରୀ ଭାବେ ଏହି ଦ୍ୱିତୀୟ କୋଠାକୁ କରୋନା ସଂକ୍ରମଣ ଯୋଗୁ ସିଲ୍‌ କରାଯାଇଛି। ଗତ ମାସରେ ନୀତି ଆୟୋଗର କୋଠାକୁ ସିଲ୍‌ କରାଯାଇଥିଲା। ଦୁଇ ଜଣ ସରକାରୀ ଅଧିକାରୀଙ୍କ ସୂଚନା ମୁତାବକ, ଯେଉଁ ଅଧିକାରୀ ଜଣକ କରୋନାରେ ସଂକ୍ରମିତ ହୋଇଛନ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଖୋଜା ଚାଲିଛି। ଶାସ୍ତ୍ରୀ ଭବନର ଚତୁର୍ଥ ମହଲାରେ ଥିବା ‘ଏ’ ଓ୍ବିଙ୍ଗକୁ ସିଲ୍‌ କରାଯାଇଥିବା କେତେଜଣ ଅଧିକାରୀ ସୂଚନା ଦେଇଛନ୍ତି। ଏହାକୁ ସାନିଟାଇଜ କରାଯିବା ସହ ଏହାର କିଛି କବାଟ ଓ ଲିପ୍ଟ ମଧ୍ୟ କିଛି ଦିନ ପାଇଁ ବନ୍ଦ ରହିବ ବୋଳି ସୂଚନା ମିଳିଛି।

Share