ଲଣ୍ଡନ,୨୫ା୧(ଆଇଏଏନ୍ଏସ୍): ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କ ବ୍ରେକ୍ଜିଟ ଚୁକ୍ତି ସମସ୍ତ ପାର୍ଲମେଣ୍ଟାରୀ ପ୍ରତିବନ୍ଧକ ଅତିକ୍ରମ କରି ରାଣୀଙ୍କ ମଞ୍ଜୁରୀ ପାଇବା ପରେ ଆଇନରେ ପରିଣତ ହୋଇଛି। ଫଳରେ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ବାହ।ରିଯିବା ପାଇଁ ପଥ ପରିଷ୍କାର ହୋଇଯାଇଛି। ଏନେଇ ଉପବାଚସ୍ପତି ନିଗେଲ ଏଭାନ ଘୋଷଣା କରିବା ପରେ ଏମ୍ପିମାନେ ଖୁସି ବ୍ୟକ୍ତ କରିଥିଲେ। ଦୀର୍ଘ ୩ ବର୍ଷର ବିବାଦ ପରେ ବୁଧବାର ରାତିରେ ପାର୍ଲାମେଣ୍ଟ ବିଲ୍କୁ ଚୂଡ଼ାନ୍ତ ଅନୁମୋଦନ କରିଥିଲା। ବ୍ରେକ୍ଜିଟ ଆଇନକୁ ୟୁରୋପୀୟ ସଂଘ ମଞ୍ଜୁରୀ ଦେବା ପରେ ଯୋଜନା ମୁତାବକ ୩୧ ତାରିଖ ରାତି ୧୧ରେ ବ୍ରିଟେନ ଇୟୁରୁ ବାହାରିଯିବ।