Categories: ଖେଳ

ଆଇପିଏଲରୁ ଉପାର୍ଜିତ ଅର୍ଥରେ ରେଞ୍ଜ ରୋଭର କିଣିଲେ ଯୁବ କ୍ରିକେଟର

ଲଣ୍ଡନ,୩।୬- ପୃଥ୍ବୀ ଶ’ଙ୍କ ଭଳି ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଶୁଭମନ ଗିଲ। ୧୯ ବର୍ଷରୁ କମ୍‌ କ୍ରିକେଟରେ ସଫଳତା ପରେ ଏବେ ଆଇପିଏଲ ଓ ସିନିୟର ଦଳରେ ଭଲ ପ୍ରଦର୍ଶନ କରୁଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ଖେଳୁଥିବା ଗିଲ ଭଲ ପ୍ରଦର୍ଶନ କରିଥିଲେ। ସେ ୧୪ ମ୍ୟାଚ୍‌ରୁ ୨୯୬ ରନ୍‌ କରିଥିଲେ। ଏହି ସଂସ୍କରଣରୁ ଉପାର୍ଜିତ ଅର୍ଥରେ ସେ ନିଜକୁ ଏକ ରେଞ୍ଜ ରୋଭର ଗାଡ଼ି ଉପହାର ବାବଦକୁ ଦେଇଛନ୍ତି। ଗାଡ଼ି ସହ ନିଜର ଏକ ଫଟୋ ଟୁଇଟରରେ ଶେୟାର କରି ଯୁବ ପଞ୍ଜାବ କ୍ରିକେଟର ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି, ଗିଲ ଚଳିତ ବର୍ଷ ନ୍ୟୁଜିଲାଣ୍ଡ ଗସ୍ତରେ ଅନ୍ତର୍ଜାତୀୟ ଦିନିକିଆ ପଦାର୍ପଣ କରିଥିଲେ। ସେ ଏବେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ପ୍ରସ୍ତୁତ ହେଉଛନ୍ତି। ଏହି ଗସ୍ତରେ ୫ ଦିନିକିଆ ଓ ୩ ଚାରି ଦିନିଆ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଫର୍ମାଟ ଲାଗି ଘୋଷିତ ଭାରତ ଏ’ ଦଳରେ ତାଙ୍କୁ ସ୍ଥାନ ମିଳିଛି।

Share