ଆଇପିଏଲରୁ ବାଦ୍‌ ପଡ଼ିଲେ ଆର୍ଚର

ଲଣ୍ଡନ,୬।୨(ପି.ଟି.)- ଇଂଲଣ୍ଡ ଦଳର ଅଗ୍ରଣୀ ପେସର ଜୋଫ୍ରା ଆର୍ଚର ଗୁରୁବାର ଆଇପିଏଲର ୧୩ତମ ସଂସ୍କରଣରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ କହୁଣିରେ ଆଘାତ ଲାଗିଛି। ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଆର୍ଚର ୩ ମାସ ପାଇଁ ପଡ଼ିଆଠୁ ଦୂରେଇ ରହିବେ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ମଧ୍ୟ ଖେଳିପାରିବେ ନାହିଁ। ଜୁନରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ସେ ଫେରିପାରନ୍ତି ବୋଲି ଇସିବି ପକ୍ଷରୁ କୁହାଯାଇଛି। ବାର୍ବାଡସରେ ଜନ୍ମିତ ୨୪ ବର୍ଷୀୟ ପେସର ଏପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ୭ ଟେଷ୍ଟ ଓ ୧୪ ଦିନିକିଆ ଖେଳି ଯଥାକ୍ରମେ ୩୦ ଓ ୨୩ ଉଇକେଟ ହାତେଇଛନ୍ତି। ତାଙ୍କ ଅନୁପସ୍ଥିତି ରାଜସ୍ଥାନ ଫ୍ରାଞ୍ଚାଇଜ ପାଇଁ ଏକ ବଡ଼ କ୍ଷତି। ସେ ୨୧ ଆଇପିଏଲ ମ୍ୟାଚ୍‌ରେ ୨୬ ଉଇକେଟ ହାସଲ କରିଛନ୍ତି।

Share