Categories: ଖେଳ

ଆଇପିଏଲ୍‌ ଟିକେଟରେ ଅଭିନେତ୍ରୀଙ୍କ ହୃଦୟ ଜିତି ବିବାହ କରିଥିଲେ ଏହି କ୍ରିକେଟର

ବଲିଉଡ ଷ୍ଟାର ଏବଂ କ୍ରିକେଟରଙ୍କ ମଧ୍ୟରେ ବନ୍ଧୁତା କୌଣସି ନୂଆ କଥା ନୁହେଁ। ଅନେକ କ୍ରିକେଟର ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡି ବିବାହ ମଧ୍ୟ କରିଛନ୍ତି। ସେମିତି ଜଣେ ଯୋଡି ହେଉଛନ୍ତି ହରଭଜନ ସିଂହ ଏବଂ ଗୀତା ବାସ୍‌ରା। ଗୀତା ଏବଂ ହରଭଜନଙ୍କ ଲଭଷ୍ଟୋରୀ ଖୁବ ଇଣ୍ଟରଷ୍ଟିଙ୍ଗ। ହରଭଜନଙ୍କୁ ଗୀତାଙ୍କୁ ରାଜି କରାଇବାକୁ ୧୦ମାସ ସମୟ ଲାଗିଥିଲା। ହରଭଜନଙ୍କ ବଲିଉଡ ସହ କୌଣସି ଖାସ କନେକ୍ସନ ନ ଥିଲା। ସେଥିପାଇଁ ସେ ତାଙ୍କର ଏକ ସାଥୀ କ୍ରିକେଟରଙ୍କୁ ଗୀତାଙ୍କ ନମ୍ବର ଆଣିବାର ଦାୟିତ୍ୱ ଦେଇଥିଲେ। ଶେଷରେ ହରଭଜନଙ୍କୁ ଗୀତାଙ୍କ ନମ୍ବର ମିଳିଯାଇଥିଲା ଏବଂ ସେ ଗୀତାଙ୍କୁ କଫି ଡେଟ ପାଇଁ ଅଫର କରିଥିଲେ। ଗୀତା ସେତେବେଳେ ହରଭଜନଙ୍କୁ କୌଣସି ଜବାବ ଦେଇ ନ ଥିଲେ। ଗୀତା ତାଙ୍କ ଡ୍ରାଇଭରଙ୍କ ପାଇଁ ହରଭଜନଙ୍କୁ ଆଇପିଏଲ୍‌ ଟିକେଟ ମାଗିଥିଲେ। ହରଭଜନ ତାଙ୍କୁ ଟିକେଟ ଦେଇଥିଲେ ଏବଂ ଗୀତା ତାଙ୍କୁ ଦେଖା କରିବାକୁ ରାଜି ହୋଇଥିଲେ। ଏହା ପରେ ଲଗାତାର ତାଙ୍କ ସାକ୍ଷାତ ହୋଇଥିଲା। ଶେଷରେ ୨୦୧୫ମସିହାରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Share