Categories: ଖେଳ

ଆଇପିଏଲ୍‌-୧୩: ନିଲାମୀରେ ୭୧୩ ଭାରତୀୟ, ୨୫୮ ବିଦେଶୀ

ନୂଆଦିଲ୍ଲୀ, ୩।୧୨ (ପି.ଟି.)- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୨୦୨୦ ତଥା ତ୍ରୟୋଦଶ ସଂସ୍କରଣ ଲାଗି ମୋଟ୍‌ ୯୭୧ ଜଣ ଖେଳାଳି ନିଲାମୀରେ ସ୍ଥାନ ପାଇଛନ୍ତି। ଯେଉଁଥିରେ ୭୧୩ ଜଣ ଭାରତୀୟ ଓ ୨୫୮ ଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆରୁ ସର୍ବାଧିକ ୫୫ ଖେଳାଳି ନିଲାମୀରେ ରହିଥିବାବେଳେ ଏହା ପଛକୁ ଦକ୍ଷିଣ ଆଫ୍ରିକା (୫୪), ଶ୍ରୀଲଙ୍କା (୩୯), ଓ୍ବେଷ୍ଟଇଣ୍ଡିଜ (୩୪), ନ୍ୟୁଜିଲାଣ୍ଡ (୨୪), ଇଂଲଣ୍ଡ (୨୨), ଆଫଗାନିସ୍ତାନ (୧୯), ବାଂଲାଦେଶ (୬), ଜିମ୍ବାଓ୍ବେ (୩) ଓ ୟୁଏସ୍‌ଏ (୧) ରହିଛି। ସେହିଭଳି ୨୧୫ ଜଣ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିଥିବାବେଳେ ୭୫୪ ଜଣ ବିଭିନ୍ନ ଦେଶର ଘରୋଇ କ୍ରିକେଟର୍‌ ଏବଂ ୨ଜଣ ଆସୋସିଏଟ୍‌ ସଦସ୍ୟ ଦେଶର ଖେଳାଳି ରହିଛନ୍ତି। ୨୦୨୦ ସଂସ୍କରଣ ଲାଗି ବିଭିନ୍ନ ଦଳରେ ମୋଟ୍‌ ୭୩ ସ୍ଥାନ ଖାଲି ରହିଛି। ଆସନ୍ତା ୧୯ରେ କୋଲକାତାଠାରେ ଖେଳାଳି ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ। ଖେଳାଳି ରେଜିଷ୍ଟ୍ରେଶନ ପାଇଁ ନଭେମ୍ବର ୩୦ ଅନ୍ତିମ ତାରିଖ ଥିଲା।

Share