Categories: ଖେଳ

ଆଇପିଏଲ ଖେଳାଳିଙ୍କ ରୋଜଗାରଠୁ କୋହଲିଙ୍କ ମାସିକ ଘରଭଡ଼ା ବି ଅଧିକ

ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱର ସବୁଠୁ ଧନୀ କ୍ରିକେଟର। ଏହା କାହାକୁ ଅଜଣା ନ ଥିବ। ମୁମ୍ବାଇରେ ସେ ୩୪ କୋଟି ଟଙ୍କାର ବିଳାସପୂର୍ଣ୍ଣ ଫ୍ଲାଟ କିଣିଛନ୍ତି। ହେଲେ ବିରାଟ ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ନୂଆ ଘରକୁ ଯାଇ ନାହାନ୍ତି। ଏହି ଷ୍ଟାର ଦମ୍ପତ୍ତି ଏବେ ବରେଲିଠାରେ ଦୁଇଟି ଘରଭଡ଼ା ନେଇ ରହୁଛନ୍ତି। ଏଥିନେଇ ସେ ଯେଉଁ ମୋଟା ଅଙ୍କର ଭଡ଼ା ଦେଉଛନ୍ତି, ତାହା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର କିଛି ଖେଳାଳିଙ୍କ ଦାମ୍‌ଠାରୁ ବେଶ ଅଧିକ। ଉଦ୍‌ହାରଣ ସ୍ବରୂପ ସର୍ଫରାଜ ଖାନ (୨୫ ଲକ୍ଷ) ଓ ଜଲଜ ସକ୍ସେନା(୨୦ ଲକ୍ଷ)ଙ୍କ ଭଳି ବହୁ ଉଦୀୟମାନ ଖେଳାଳି ଗତ ଆଇପିଏଲରେ ୩୦ ଲକ୍ଷରୁ କମ୍‌ ଟଙ୍କାରେ ବିକ୍ରି ହୋଇଥିଲେ। ଯାହାଠାରୁ ଅଧିକ କୋହଲି ମାସିକ ଭଡ଼ା ବାବଦକୁ ଖର୍ଚ୍ଚ କରୁଛନ୍ତି। ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଏହି ଶୀର୍ଷ ର଼୍ୟାଙ୍କଧାରୀ ବ୍ୟାଟ୍ସମ୍ୟାନ ରହେଜା ଲିଜେଣ୍ଡ ଆପାର୍ଟମେଣ୍ଟର ୪୦ତମ ଫ୍ଲୋରରେ ରହୁଛନ୍ତି। ଏହି ଆପାର୍ଟମେଣ୍ଟରେ ଆଉ ଏକ ଫ୍ଲାଟ ନେଇଛନ୍ତି ବିରୁଷ୍କା। ଦୁଇଟି ଫ୍ଲାଟ ଲାଗି ଦୁହେଁ ୩୦ ଲକ୍ଷ ଟଙ୍କା ଭଡ଼ା ଦେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଅଧିନାୟକ ଡିପୋଜିଟ୍‌ ବାବଦକୁ ଦେଢ଼ କୋଟି ଟଙ୍କା ଦେଇଥିବାବେଳେ ରେଜିଷ୍ଟ୍ରେଶନ ଏଗ୍ରିମେଣ୍ଟ ପାଇଁ ୧.୦୧ କୋଟି ଖର୍ଚ୍ଚ କରିଛନ୍ତି।

Share