Categories: ଖେଳ

ଆଇପିଏଲ ପୂର୍ବରୁ ହେବ ଅଲଷ୍ଟାର ମ୍ୟାଚ୍‌

ନୂଆଦିଲ୍ଲୀ,୨୮।୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷ ଆଇପିଏଲ ପୂର୍ବରୁ ଏକ ଅଲଷ୍ଟାର ମ୍ୟାଚ୍‌ ଆୟୋଜନ କରିବ। ଏଥିରୁ ଆୟ ହୋଇଥିବା ଅର୍ଥ ଚ୍ୟାରିଟି ପାଇଁ ଖର୍ଚ୍ଚ ହେବ। ଦୁଇ ଦଳର ଖେଳାଳିଙ୍କୁ ରେଜିଷ୍ଟର ଆଇପିଏଲ ଖେଳାଳିଙ୍କ ତାଲିକାରୁ ଚୟନ କରାଯିବ। ମ୍ୟାଚ୍‌ଟି ପ୍ରଥମ ଆଇପିଏଲ ମ୍ୟାଚ୍‌ର ତିନି ଦିନ ପୂର୍ବରୁ ଖେଳାଯିବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି। ଆମେ ଦୁଇ ଦଳର ନାମ ସମ୍ପର୍କରେ ନିଷ୍ପତ୍ତି ନେଇନାହୁଁ। କିନ୍ତୁ ଗୋଟିଏ ଦଳରେ ଆଇପିଏଲରେ ଖେଳୁଥିବା ବିଦେଶ ଖେଳାଳି ରହିବେ। ପ୍ରତ୍ୟେକ ବର୍ଷ ଏହି ମ୍ୟାଚ୍‌ ଖେଳାଯିବ। ଆମେ ଭେନ୍ୟୁ ମଧ୍ୟ ଧାର୍ଯ୍ୟ କରିନାହୁଁ। କିନ୍ତୁ ଅହମ୍ମଦାବାଦରେ ଖେଳାଯିବ ନାହିଁ। ନୂଆ ଷ୍ଟାଡିୟମ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇନାହିଁ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲ ଗଭର୍ନିଂ କାଉନ୍ସିଲ ବୈଠକ ପରେ କହିଛନ୍ତି। ସେ ଆହୁରି କହିଛନ୍ତି ଆଇପିଏଲରେ ଖେଳାଳିଙ୍କ ମୁଣ୍ଡରେ ବଲ ବାଜିଲେ ବଦଳ ଖେଳାଳି ଖେଳିବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି। ଏହି ନିୟମ ଅନ୍ତର୍ଜାତୀୟ କ୍ରିକେଟରେ ଗତବର୍ଷଠାରୁ ଲାଗୁ ହୋଇସାରିଛି। ଏଥିସହିତ ତୃତୀୟ ଅମ୍ପାୟର ନୋ ବଲ ଉପରେ ନଜର ରଖିବ।

Share