ଆଇଫାରେ କ୍ରିତିଙ୍କୁ ବିଶେଷ ଆୱାର୍ଡ

ମୁମ୍ବାଇ: ବଲିଉଡର ସାନିଂ ଷ୍ଟାର କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ନିଜର କେହି ଗଡ ଫାଦର ନ ଥାଇ ବି ଆଜି ବଲିଉଡରେ ସେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ନିଜର ଟ୍ୟାଲେଣ୍ଟ ସହ ଫ୍ୟାଶନ ସେଂସକୁ ନେଇ କ୍ରିତି ଦର୍ଶକଙ୍କ ବେଶ ପସନ୍ଦ ।
ଆଇଫା ୨୦୨୨ରେ କ୍ରିତି ତାଙ୍କର ଷ୍ଟଣ୍ଟିଂ ଲୁକ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆୱାର୍ଡ ସେରିମନିରେ କ୍ରିତିଙ୍କ ଗର୍ଜିୟସ ଲୁକ ଦେଖି ପ୍ରଶଂସକ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । ବଡ କଥା ହେଲା କ୍ରିତିଙ୍କୁ ଆଇଫା ୨୦୨୨ରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଛି । ଏହି ଆୱାର୍ଡ କ୍ରିତିଙ୍କ କ୍ୟାରିୟରରେ ଆଉ ଏକ ସଫଳତା ଯୋଡିଛି ।
ଏହି ଆୱାର୍ଡ ସେରିମନିରେ ସମସ୍ତ ଷ୍ଟାରଙ୍କ ଗ୍ଲାମରସ ଲୁକ ଦେଖିବାକୁ ମିଳିଥିବା ବେଳେ କ୍ରିତି ବି କିଛି କମ୍ ନ ଥିଲେ । ଗୋଲଡେନ ଥାଇ ହାଇ ସ୍ଲିଟ ଗାଉନରେ କୌଣସି ଦିଭାଠାରୁ କମ୍ ଲାଗ ନ ଥିଲେ ଅଭିନେତ୍ରୀ । ତାଙ୍କ ଡ୍ରେସର ଲଙ୍ଗ ଟ୍ରେଲ ଉପରେ ଫେଦର ଡିଜାଇନ ତାଙ୍କ ଲୁକରେ ଚାର ଚାନ୍ଦ ଲଗାଇ ଦେଇଥିଲା । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଦର୍ଶକେ ଫିଦା ହୋଇଯାଇଛନ୍ତି ।

Share