ଆଇଫୋନ୍‌ ଆପ୍ପଲକୁ ସେଓ ବୁଝି ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ପାକିସ୍ତାନି ଉପସ୍ଥାପିକା

ଇସ୍‌ଲାମାବାଦ,୮।୭: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପାକିସ୍ତାନି ଉପସ୍ଥାପିକା ଟେଲିଭିଜନରେ ଚାଲୁଥିବା ଚର୍ଚ୍ଚା ସମୟରେ ପ୍ୟାନେଲିଷ୍ଟ ଟେକ୍ନୋଲୋଜି ବିଷୟରେ ଆଲୋଚନା କରୁଥିବା ବେଳେ ଆପ୍ପଲ ଫୋନ୍‌ କଥା ଉଠାଇଥିଲେ। ହେଲେ ଉପସ୍ଥାପିକା ଜଣକ ଏହାକୁ ସେଓ ବୋଲି ବୁଝି ନେଇଥିଲେ। ଏହି ଭିଡିଓକୁ ଖବରଦାତା ନାୟଲା ଇନାୟନ ସୋସିଆଲ ମିଡିଆରେ ଶେୟାର କରିବାରୁ ଏବେ ଏହା ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ଭିଡିଓରେ ଉପସ୍ଥାପିକା ଜଣକ ପ୍ୟାନେଲରେ ଉପସ୍ଥିତ ଥିବା ଜଣେ ଅତିଥିଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ପାକିସ୍ତାନର ଆର୍ଥିକ ସ୍ଥିତି ଉପରେ ଆଲୋଚନା ହେଉଥିଲା। ଅତିଥି ଜଣଙ୍କ ପାକିସ୍ତାନରେ ବାର୍ଷିକ ବଜେଟର ତୁଳନା କରି ଆପ୍ପଲ ଫୋନର ବ୍ୟବସାୟ ସର୍ବାଧିକ ବୋଲି କହିଥିଲେ। ଆଉ ଏହାକୁ ଉପସ୍ଥାପିକା ଜଣକ ସେଓ ବୋଲି ବୁଝି ନେଇ କହିଥିଲେ, ହଁ ମୁଁ ବି ଜାଣିଛି କି ପାକିସ୍ତାନରେ ଗୋଟିଏ ସେଓର ଦାମ୍‌ ବହୁତ ମହଙ୍ଗା ହୋଇଯାଇଥିଲା। ଏହାପରେ ଷ୍ଟୁଡିଓରେ ଉପସ୍ଥିତ ଥିବା ଅତିଥି ଏହାକୁ ଠିକ୍‌ କରି କହିଥିଲେ କି ସେ ଟେକ୍ନୋଲଜି କମ୍ପାନୀ ଆପ୍ପଲ କଥା କହୁଛନ୍ତି। ଏହାପରେ ଉପସ୍ଥାପିକା ଜଣଙ୍କ ନିଜର ଭୁଲ୍‌ ବୁଝିପାରି ହସିଦେବା ସହ ଆଲୋଚନାକୁ ଆଗକୁ ବଢାଇଥିଲେ। ହେଲେ ସେହି ସମୟର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଉପସ୍ଥାପିକା ଜଣଙ୍କ ଟ୍ରୋଲ୍‌ର ଶିକାର ହୋଇଥିଲେ।

Share