Categories: ବାଣିଜ୍ୟ

ଆଇବିସି ପ୍ରକ୍ରିୟା ପୂର୍ବରୁ ୯ ହଜାରରୁ ଉର୍ଦ୍ଧ୍ୱ ମାମଲା ଫଇସଲା

ନୂଆଦିଲ୍ଲୀ,୧୬-୧୨: ଇନସଲଭେନ୍ସି ଆଇନରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରି ଆଡମିଶନ ଷ୍ଟେଜରେ ୯ ହଜାରରୁ ଉର୍ଦ୍ଧ୍ୱ ମାମଲା ଫଇସଲା କରାଯାଇଛି। ଏହି ମାମଲାଗୁଡିକ ସହ ୩.୭୪ ଲକ୍ଷ କୋଟି ଟଙ୍କା ଜଡିତ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ରହିଛି। ୨୦୧୬ରେ ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରନ୍ସି କୋର୍ଡ ଲାଗୁ ହୋଇଥିଲା। ଚାପଗ୍ରସ୍ତ ସମ୍ପତ୍ତିର ସମୟ ଭିତ୍ତିରେ ଏବଂ ବଜାର ଭିତ୍ତିକ ସମାଧାନ ଧାରା ଏହା ଦ୍ୱାରା ଗ୍ରହଣ କରାଯାଉଛି। ଏହି ଆଇନ ଅଧିନରେ ୨୧,୧୩୬ ଆବେଦନ ଆସିଥିବା କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।୨୮୩୮ କର୍ପୋରେଟ ଇନସଲଭେନ୍ସି ମାମଲା ସାମ୍ନାକୁ ଆସିଥିବା ବେଳେ ଏହା ମଧ୍ୟରେ ୩୦୬ ମାମଲା ବନ୍ଦ ହୋଇଛି।

Share