Categories: ବାଣିଜ୍ୟ

ଆଇବିସି ସଂଶୋଧନକୁ ସୁପ୍ରିମକୋର୍ଟଙ୍କ ସମର୍ଥନ;ଘର କ୍ରେତାଙ୍କୁ ମିଳିବ ଋଣଦାତାର ମାନ୍ୟତା

ନୂଆଦିଲ୍ଲୀ,୧୦-୮: ଘର କ୍ରେତାଙ୍କୁ ଆଶ୍ୱସ୍ତ କରି ସୁପ୍ରିମକୋର୍ଟ ଶୁକ୍ରବାର ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନକୁ କାଏମ ରଖିଛନ୍ତି। ଘର କ୍ରେତାଙ୍କୁ ଋଣପ୍ରଦାନକାରୀ ବ୍ୟାଙ୍କ ଭଳି ଋଣଦାତା ଭାବେ ମାନ୍ୟତା ଦେବା ଲାଗି ଆଇବିସିରେ ସଂଶୋଧନ କରାଯାଇଥିଲା। ଏହାକୁ ସର୍ବୋଚ୍ଚ ଅଦାଲତ ବଜାୟ ରଖିଛନ୍ତି। ଏ ସଂକ୍ରାନ୍ତରେ ୨୦୦ ରିଏଲ ଇଷ୍ଟେଟ କମ୍ପାନୀ ପକ୍ଷରୁ ଆଗତ ମାମଲାକୁ ଜଷ୍ଟିସ ଆର୍‌.ଏଫ୍‌.ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ସେମାନେ ନିଜ ଆବେଦନରେ ଆଇବିସି ସଂଶୋଧନକୁ ଅବୈଧ ଓ ଅସାମ୍ବିଧାନିକ ଦର୍ଶାଇବା ସହ ଏହାଦ୍ୱାରା ରିଏଲ ଇଷ୍ଟେଟ ସେକ୍ଟର ଗୁରୁତର ପ୍ରଭାବିତ ହେବ। ସୁପ୍ରିମକୋର୍ଟ ନିଷ୍ପତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ, କୌଣସି ରିଏଲ ଇଷ୍ଟେଟ୍‌ କମ୍ପାନୀ ବୁଡ଼ିଗଲେ ଅଥବା ଦେବାଳିଆ ହୋଇଗଲେ ସମ୍ପତ୍ତି ନିଲାମ ବେଳେ ଘର କ୍ରେତାଙ୍କୁ ମଧ୍ୟ ଅଂଶଧନ ମିଳିବ। ରିଏଲ ଇଷ୍ଟେଟ କମ୍ପାନୀ ବୁଡ଼ିବା କ୍ଷେତ୍ରରେ କେବଳ ଋଣ ଦେଇଥିବା ବ୍ୟାଙ୍କକୁ ନିଲାମୀରୁ ଅଂଶଧନ ମିଳିଥାଏ।

Share