Categories: ଜାତୀୟ

ଆଇବି ଅଫିସର ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୪ା୬: ଉତ୍ତରପୂର୍ବ ଦିଲ୍ଲୀରେ ଦଙ୍ଗା ସୃଷ୍ଟି କରିବା ଏବଂ ଗୋଇନ୍ଦା ବ୍ୟୁରୋ (ଆଇବି) ଅଫିସର ଅଙ୍କିତ୍‌ ଶର୍ମାଙ୍କୁ ହତ୍ୟା ପଛରେ ଗଭୀର ଷଡ଼ଯନ୍ତ୍ର ଥିଲା। ନିଲମ୍ବିତ ଏଏପି କାଉନସିଲର ତାହିର ହୁସେନ୍‌ଙ୍କ ନେତୃତ୍ୱରେ ଉତ୍ତ୍ୟକ୍ତ ଜନତା ନିର୍ଦ୍ଦିଷ୍ଟ ଭାବରେ ଅଙ୍କିତ୍‌ଙ୍କୁ ଟାର୍ଗେଟ କରିଥିଲେ ବୋଲି ଦିଲ୍ଲୀ ପୋଲିସ ଅଦାଲତଙ୍କୁ କହିଛି। ଦିଲ୍ଲୀ ପୋଲିସର କ୍ରାଇମ୍‌ ବ୍ରାଞ୍ଚ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ରିଚା ପରିହାରଙ୍କ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ମାମଲାର ପରବର୍ତ୍ତୀ ଶୁଣାଣି ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି।

Share