ଆଇବ୍ରୋ ଟ୍ରେଣ୍ଡ

ଫ୍ୟାଶନରେ ଅପଡେଟ୍‌ ରହିବାକୁ ସମସ୍ତେ ପସନ୍ଦ କରନ୍ତି। ସେଥିପାଇଁ ସବୁବେଳେ ନୂଆ ନୂଆ ଫ୍ୟାଶନ ଡିଜାଇନ୍‌ ଆପଣେଇବାକୁ ଚାହାନ୍ତି। ଡ୍ରେସ ହେଉ କି ହେୟାର ଷ୍ଟାଇଲ୍‌ ଅବା ଜୋତା ସବୁ ଷ୍ଟାଇଲରେ ନିଜକୁ ଅପଡେଟ୍‌ ରଖନ୍ତି..

ଆଇ ବ୍ରୋ ଫ୍ୟାଶନରେ ଏବେ ଏକ ଭିନ୍ନ ପ୍ରକାରର ଟ୍ରେଣ୍ଡ ଖୁବ୍‌ ଲୋକପ୍ରିୟ ହେବାରେ ଲାଗିଛି। ଆଇବ୍ରୋକୁ ଏକ ସୁନ୍ଦର ରାଉଣ୍ଡ ସେପ୍‌ ଦେବା ପାଇଁ ମହିଳାମାନେ ଚେଷ୍ଟା କରିଥାନ୍ତି। କିନ୍ତୁ ଏବେ ମାସ୍କ ପିନ୍ଧିବାକୁ ପଡୁଥିବାରୁ କେବଳ ଆଇ ବ୍ରୋ ଷ୍ଟାଇଲ ହିଁ ଦେଖାଯାଉଛି। ତେଣୁ ଏହାକୁ ନେଇ ଏବେ ବିଭିନ୍ନ ଏକ୍ସପେରିମେଣ୍ଟ କରାଯାଉଛି। ଏହି ଟ୍ରେଣ୍ଡରେ ଏବେ ଆଇବ୍ରୋକୁ ଡବଲ ଲୁକ୍‌ ଦେଇ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି ଯୁବପିଢି। ଅର୍ଥାତ୍‌ ଦେହର ବିଭିନ୍ନ ଅଂଶରେ ଟାଟୁ କରିବା ଭଳି ଆଇ ବ୍ରୋ ପାଖରେ ଟାଟୁ କରି ଏକ ନୂଆ ଷ୍ଟାଇଲ୍‌ କରାଯାଉଛି। ଆଇ ବ୍ରୋ’ର ଏହି ବୋଲ୍ଡ ଷ୍ଟାଇଲ୍‌ ପ୍ରଥମେ ୟୁରୋପରେ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ଆମ ଦେଶରେ ମଧ୍ୟ ଅନେକ ଏହି ଫ୍ୟାଶନକୁ ଆପଣେଇଲେଣି। ଏହି ଫ୍ୟାଶନକୁ ଆପଣେଇବାକୁ ଚାହୁଁଥିଲେ କିଛି ଦିଗ ଉପରେ ଧ୍ୟାନ ଦିଅନ୍ତୁ।
– ଯଦି ଏହି ଷ୍ଟାଇଲ୍‌ କରିବାକୁ ଚାହାନ୍ତି ତେବେ ପ୍ରଥମେ ଟେମ୍ପରାରି କରି ଦେଖନ୍ତୁ ଏହା ଆପଣଙ୍କୁ ସୁଟ୍‌ କରୁଛି କି ନାହିଁ।
– ଯଦି ପରମାନେଣ୍ଟ ଆଇ ବ୍ରୋ ଶେପ୍‌ ଦେବାକୁ ଚାହାନ୍ତି ତେବେ ଏକ୍ସପର୍ଟଙ୍କୁ ଡାକି ଆଇ ବ୍ରୋ ଟାଟୁ କରନ୍ତୁ।
– ଏଭଳି ଡିଜାଇନରେ ପରମାନେଣ୍ଟ ଟାଟୁ କରିବା ପୂର୍ବରୁ ଅନ୍ୟ ଏକ୍ସପର୍ଟମାନଙ୍କର ପରାମର୍ଶ ନିଅନ୍ତୁ। କାରଣ ହୁଏତ କିଛି ମାସ ପରେ ଆପଣଙ୍କୁ ଏହା ବୋର ଲାଗିପାରେ।