Categories: ଜାତୀୟ

ଆଇରନ୍‌ ଲେଡିଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୯।୧୧: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜୟନ୍ତୀ ଅବସରରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ର୍ପୂବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶକ୍ତି ସ୍ଥଳ ଯାଇ ଇନ୍ଦିରାଙ୍କୁ ଶ୍ରଦ୍ଧାଜଳି ଜ୍ଞାପନ କରିଛନ୍ତି। ଆଇରନ୍‌ ଲେଡି ଭାବେ ପରିଚିତ ଇନ୍ଦିରା ରାଜନୈତିକ ଜୀବନରେ ଅନେକ ବଡ ବଡ ପଦକ୍ଷେପ ନେଇଥିଲେ। ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ମାର୍ଗାରେଟ ଥାଚରଙ୍କ ସହ ଭଲ ସମ୍ପର୍କ ଥିଲା। ଏମିତିକି ତାଙ୍କର ଦେହାନ୍ତ ସମୟରେ ମାର୍ଗାରେଟ ଭାରତ ଆସିଥିଲେ ଇନ୍ଦିରାଙ୍କ ଶେଷ ଦର୍ଶନ ପାଇଁ।

Share