Categories: ବାଣିଜ୍ୟ

ଆଇସିଆଇସିଆଇ ବ୍ୟାଙ୍କରେ ରୋବୋ ଗଣିବ ଟଙ୍କା

ନୂଆଦିଲ୍ଲୀ,୨୯-୮: ଘରୋଇ କ୍ଷେତ୍ରର ଅଗ୍ରଣୀ ବ୍ୟାଙ୍କ କୁହାଯାଉଥିବା ଆଇସିଆଇସିଆଇ ବ୍ୟାଙ୍କରେ ଟଙ୍କା ଗଣିବା ପାଇଁ ରୋବୋ ବ୍ୟବହାର କରାଯିବ। ରୋବୋ ବ୍ୟବହାର କରିବାରେ ଏହା ଦେଶର ପ୍ରଥମ ବ୍ୟାଙ୍କ ହେବାକୁ ଯାଉଛି। ସାରା ଦେଶରେ ଥିବା ବ୍ୟାଙ୍କର କରେନ୍ସି ଚେଷ୍ଟରେ ଟଙ୍କା ଗଣିବା ଲାଗି ଔଦ୍ୟୋଗିକ ‘ରୋବୋ ଆମର୍‌ସ’ ସ୍ଥାପନ କରାଯିବ। ବ୍ୟାଙ୍କର ଅପରେଶନ୍ସ ଓ କଷ୍ଟମର ସର୍ଭିସ ମୁଖ୍ୟ ଅନୁଭୁତି ସଂଘାଇ କହିଛନ୍ତି ଯେ, ରୋବୋ ଆମର୍‌ସକୁ ବର୍ତ୍ତମାନ ମୁମ୍ବାଇ ଓ ସାଙ୍ଗଲି(ମହାରାଷ୍ଟ୍ର), ନୂଆଦିଲ୍ଲୀ, ବେଙ୍ଗାଲୁରୁ ଓ ମାଙ୍ଗାଲୁରୁ(କର୍ନାଟକ), ଜୟପୁର, ହାଇଦ୍ରାବାଦ, ଚଣ୍ଡିଗଡ଼, ଭୋପାଳ, ରାୟପୁର, ସିଲିଗୁଡି ଓ ବାରାଣସୀରେ ସ୍ଥାପନ କରାଯାଇଛି। ସେ କହିଛନ୍ତି ଯେ, ୧୪ ରୋବୋ ମେଶିନକୁ ୧୨ ସହରରେ କାର୍ଯ୍ୟରେ ଲଗାଯାଇଛି। ପ୍ରତ୍ୟେକ କାର୍ଯ୍ୟ ଦିବସରେ ଏହା ୬୦ ଲକ୍ଷ ଟଙ୍କା ଗଣିପାରିବ। ସେ କହିଛନ୍ତି ଯେ, ଆଇସିଆଇସିଆଇ ଭାରତର ପ୍ରଥମ ଏବଂ ବିଶ୍ୱର ଅନ୍ୟତମ କେତେକ ହାତଗଣତି ବାଣିଜି୍ୟକ ବ୍ୟାଙ୍କ ମଧ୍ୟରେ ସାମିଲ ରହିଛି ଯିଏ କି, ନଗଦ ଗଣିବା ପାଇଁ ରୋବୋ ବ୍ୟବହାର କରୁଛି। ସାଂଘାଇ କହିଛନ୍ତି ଯେ, ରୋବୋ ଆମର୍‌ସ ୭୦ରୁ ଅଧିକ ପାରାମିଟର୍ସରେ ବିଭିନ୍ନ ସେନ୍ସର୍ସର ପ୍ରୟୋଗ ବିନା ଅବସର ନ ନେଇ କ୍ରମାଗତ କାମ କରିପାରିବ।

Share