Categories: ଜାତୀୟ

ଆଇସିଏସ୍‌ସି, ଆଇଏସ୍‌ସି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୧୯।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇସିଏସ୍‌ସି ଏବଂ ଆଇଏସ୍‌ସି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ ଗୁରୁବାର ଆଇସିଏସ୍‌ସି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ଶିକ୍ଷାବର୍ଷର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ବୋର୍ଡ କହିଛି। ଏହି ପରୀକ୍ଷା ମାର୍ଚ୍ଚ ୧୯ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା। ପରବର୍ତ୍ତୀ ସମୟରେ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି ଆଇସିଏସ୍‌ସି ବୋର୍ଡ ପକ୍ଷରୁ ସୂଚିତ କରାଯାଇଛି।

Share