Categories: ଖେଳ

ଆଇସିସି ଉପରେ ଖୁବ୍ଧ ସଚିନଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୨୮।୮: ବେନ ଷ୍ଟୋକ୍ସଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡ ୩ୟ ଟେଷ୍ଟକୁ ଜିତି ଆଶେସ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିଛି। ଏଥିନେଇ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏକ ଫଟୋ ଟୁଇଟ୍‌ କରାଯାଇଛି। ଯେଉଁଥିରେ ସଚିନ ଇଂଲଣ୍ଡ ଅଲରାଉଣ୍ଡଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଦେଉଛନ୍ତି। ଏହାର କ୍ୟାପଶନରେ ଆଇସିସି ଷ୍ଟୋକ୍ସଙ୍କୁ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର ବୋଲି ଅବିହିତ କରିଛି। ଏହାକୁ ନେଇ ସଚିନଙ୍କ ଫ୍ୟାନମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଆଇସିସି ଦୁଇ କ୍ରିକେଟରଙ୍କ ରେକର୍ଡକୁ ତୁଳନା କରିବାକୁ କହିଛନ୍ତି। ଜଣେ ପ୍ରଶଂସକ ଟୁଇଟ୍‌ କରିଛନ୍ତି, ବିସିସିଆଇ ଏଥିନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ଓ ଆଇସିସିକୁ ସସ୍‌ପେଣ୍ଡ କରାଯାଉ।

Share