ଜଣେ କ୍ରୀଡ଼ାବିତଙ୍କ ପାଇଁ ବିଶ୍ୱକପ୍ ଖେଳିବା ସବୁଠୁ ବଡ଼ କଥା। କିନ୍ତୁ ଏମିତି ଜଣେ କ୍ରୀଡ଼ାବିତ୍ ରହିଛନ୍ତି, ଯେକି ଦୁଇଟି କ୍ରୀଡ଼ାରେ ବିଶ୍ୱକପ ଖେଳିସାରିଛନ୍ତି। ଅଷ୍ଟ୍ରେଲିଆନ ମହିଳା କ୍ରିକେଟର ଏଲିସେ ପେରି। ଏହି ଅଲରାଉଣ୍ଡର ୨୦୦୭ରେ ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। କିଛି ମାସ ପରେ ୨୦୦୮ ବେଜିଂ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଅଷ୍ଟ୍ରେଲିଆନ ମହିଳା ଫୁଟବଲ ଦଳରେ ତାଙ୍କ ନାମ ସ୍ଥାନ ପାଇଥିଲା। ହଂକଂ ବିପକ୍ଷ ପଦାର୍ପଣ ମ୍ୟାଚ୍ରେ ଦ୍ୱିତୀୟ ମିନିଟ୍ରେ ହିଁ ସେ ଗୋଲ ସ୍କୋର କରିଥିଲେ। କେବଳ ଏତିକି ନୁହେଁ, ସେ ଅଷ୍ଟ୍ରେଲିଆ ପକ୍ଷରୁ ଫିଫା ମହିଳା ବିଶ୍ୱକପ୍ ଖେଳିସାରିଛନ୍ତି।