ଆଇସିସି ବିଶ୍ୱକପ୍‌: ଆଜି ଭାରତ-ପାକିସ୍ତାନ ମୁକାବିଲା; ବାଲୁକାକଳାରେ ସୁଦର୍ଶନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଆଇସିସିି ବିଶ୍ୱକପ୍‌ର ୨୨ତମ ମ୍ୟାଚ୍‌ରେ ରବିବାର ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଦଳ ମଧ୍ୟରେ ମୁକାବିଲା ହେବ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ରବେଳାରେ ନିଜ ବାଲୁକାକଳା ମାଧ୍ୟମରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଚାମ୍ପିଅନ୍‌ଙ୍କ ପରି ଖେଳିବାକୁ ସେ ଟିମ୍‌କୁ କହିଛନ୍ତି।

ତେବେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ପଡ଼ିଆରେ ଏହି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଭାରତୀୟ କ୍ରିଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଖରାପ ପାଗ ଯୋଗୁ ମ୍ୟାଚ୍‌ ପ୍ରଭାବିତ ହେବା ଆଶଙ୍କା ରହିଛି। ମାତ୍ର ଯଦି ବର୍ଷା ନ ହୁଏ ତେବେ ଏହା ଏକ ଐତିହାସିକ ମ୍ୟାଚ୍‌ ହେବ ବୋଲି କୁହାଯାଉଛି।

Share