Categories: ଖେଳ

ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଦଳ ପାଇବ ୪ ନିୟୁତ ଡଲାର

ଲଣ୍ଡନ, ୧୭ା୫ (ପି.ଟି.)-ଆସନ୍ତା ଆଇସିସି ପୁରୁଷ ବିଶ୍ୱକପ୍‌ ପାଇଁ ମୋଟ ପୁରସ୍କାର ରାଶି ୧୦ ନିୟୁତ ଆମେରିକୀୟ ଡଲାର ରଖାଯାଇଛି। ବିଜେତା ଦଳକୁ ୪ ନିୟୁତ ଆମେରିକୀୟ ଡଲାର ମିଳିବ। ଟୁର୍ନମେଣ୍ଟ ଇତିହାସରେ ଏହା ସର୍ବାଧିକ ପୁରସ୍କାର ରାଶି। ୧୦ଟି ଦଳକୁ ନେଇ ହେବାକୁଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ଜୁଲାଇ ୧୬ରେ ଐତିହାସିକ ଲଡର୍‌ସଠାରେ ହେବ। ବିଜେତାକୁ ଏକ ଆକର୍ଷଣୀୟ ଟ୍ରଫି ମଧ୍ୟ ମିଳିବ। ରାନର୍ସଅପ୍‌ ଦଳକୁ ୨ ନିୟୁତ ଡଲାର ଏବଂ ପରାଜିତ ସେମିଫାଇନାଲାଷ୍ଟ ଦଳ ଦ୍ୱୟକୁ ୮୦୦,୦୦୦ ଡଲାର ଲେଖାଏଁ ମିଳିବ। ମେ ୩୦ରୁ ୟୁନାଇଟେଡ କିଙ୍ଗଡମ୍‌ (ୟୁକେ)ରେ ୪୬ ଦିନ ଧରି ଏହି ଟୁର୍ନାମେଣ୍ଟ ୧୧ଟି ଭେନ୍ୟୁରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ପ୍ରଥମ ପର୍ଯ୍ୟାୟରେ ରାଉଣ୍ଡ-ରବିନ ଫର୍ମାଟରେ ପରସ୍ପରକୁ ଭେଟିବେ। ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ ପୁରସ୍କାର: ବିଜେତା ଦଳ-୪,୦୦୦,୦୦୦ ଡଲାର; ରନର୍ସଅପ୍‌-୨,୦୦୦,୦୦; ପରାଜିତ ସେମିଫାଇନାଲିଷ୍ଟ- ପ୍ରତ୍ୟେକ ୮୦୦,୦୦୦ ଡଲାର ଲେଖାଏଁ; ପ୍ରତିଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚର ବିଜେତା (୪୫): ୪୦,୦୦୦ ଡଲାର ଲେଖାଏଁ; ଲିଗ୍‌ ପର୍ଯ୍ୟାୟ ଅତିକ୍ରମ କରିଥିବା ପ୍ରତିଟି ଦଳ (୬) ୧୦୦,୦୦୦ ଡଲାର ଲେଖାଏଁ।

Share