Posted inଖେଳ

ଆଇସିସି ବିଶ୍ୱକପ୍‌: ଶ୍ରୀଲଙ୍କାର ପ୍ରଥମ ବିଜୟ

କାର୍ଡିଫ୍‌,୫।୬(ଏଏଫ୍‌ପି)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ବର୍ଷା ବାଧାପ୍ରାପ୍ତ ସପ୍ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ଡକ୍‌ଓ୍ବର୍ଥ/ ଲୁଇସ୍‌ ନିୟମରେ ୩୪ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ମଙ୍ଗଳବାର ଖେଳାଯାଇଥିବା ଲୋ- ସ୍କୋରିଂ ମ୍ୟାଚ୍‌ରେ ଟସ୍‌ ଜିତି ଆଫଗାନିସ୍ତାନ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ବ୍ୟାଟିଂ କରି ଶ୍ରୀଲଙ୍କା ୩୬.୫ ଓଭରରେ ୨୦୧ ରନ କରି ଅଲଆଉଟ ହୋଇଥିଲା। ବର୍ଷା ଯୋଗୁ ମ୍ୟାଚ୍‌ ବାଧାପ୍ରାପ୍ତ ହେବା ଫଳରେ ଆଫଗାନିସ୍ତାନ ସମ୍ମୁଖରେ ୪୧ ଓଭରରେ ପୁନଃନିର୍ଦ୍ଧାରିତ ୧୮୭ ରନର ଟାର୍ଗେଟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ଆଫଗାନିସ୍ତାନ ୩୨.୪ ଓଭରରେ ମାତ୍ର ୧୫୨ ରନକରି ଅଲଆଉଟ ହୋଇ ପରାସ୍ତ ହୋଇଛି। ଏଥି ସହିତ ଶ୍ରୀଲଙ୍କା ତା’ର ପ୍ରଥମ ବିଜୟ ହାସଲ କରିଛି। ଅନ୍ୟପଟେ ଆଫଗାନିସ୍ତାନ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଆଫଗାନିସ୍ତାନ ତରଫରୁ ନାଜିବୁଲ୍ଲା ଜଡ୍ରାନ ସର୍ବାଧିକ ୪୩, ହଜରତୁଲ୍ଲା ଜାଜାଇ ୩୦, ଅଧିନାୟକ ଗୁଲବଦିନ ନାଇବ ୨୩ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଶ୍ରୀଲଙ୍କାର ନୂଆନ ପ୍ରଦିପ ସର୍ବାଧିକ ୪, ଲସିଥ୍‌ ମାଲିଙ୍ଗା ୩, ଇସୁରୁ ଉଡାନା ଓ ଥିସାରା ପେରେରା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଏକଦା ବିନାକ୍ଷତିରେ ୯୨ ରନ ସଂଗ୍ରହ କରି ଶ୍ରୀଲଙ୍କା ବେଶ୍‌ ଦମ୍‌ଦାର ଆରମ୍ଭ କରିଥିଲେ ମଧ୍ୟ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଓ ଟେଲ ଏଣ୍ଡରଙ୍କ ବିଫଳତା ଯୋଗୁ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଓପନର କୁଶଲ ପେରେରା ସର୍ବାଧିକ ୭୮, ଅଧିନାୟକ ଦିମୁଥ କରୁଣାରତ୍ନେ ୩୦ ରନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ପ୍ରଥମ ଉଇକେଟ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୯୨ ରନ ସଂଗ୍ରହ କରିଥିଲେ। ସେହିପରି ଲାହିରୁ ଥିରିମାନେ ୨୫, ସୁରଙ୍ଗା ଲାକମଲ ଅପରାଜିତ ୧୫, ଇସୁରୁ ଉଡ଼ାନା ୧୦ ରନ କରିଥିବା ବେଳେ ବାକି ୬ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ଅଫ୍‌ସ୍ପିନର ମହମ୍ମଦ ନବୀ ସର୍ବାଧିକ ୪, ଦଲତ ଜଡ୍ରାନ ଓ ରସିଦ୍‌ ଖାଁ ଦୁଇଟି ଲେଖାଏ, ହମିଦ ହାସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୩୬.୫ ଓଭରରେ ୨୦୧ ଅଲଆଉଟ
(କୁଶଲ ପେରେରା- ୭୮, କରୁଣାରତ୍ନେ- ୩୦, ଥିରିମାନେ- ୨୫, ନବି- ୪/୩୦, ଜଡ୍ରାନ- ୨/୩୪, ରସିଦ- ୨/୧୭)।
ଆଫଗାନିସ୍ତାନ ୩୨.୪ ଓଭରରେ ୧୫୨ ଅଲଆଉଟ୍‌
(ଜଡ୍ରାନ- ୪୩, ଜାଜାଇ- ୩୦, ଗୁଲବଦିନ- ୨୩, ପ୍ରଦୀପ- ୪/୩୧, ମାଲିଙ୍ଗା- ୩/୩୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫୁଲଟସ୍‌ ବଲ୍‌ରେ ଛକା ମାରି ଟଳିପଡ଼ିଲେ…କ୍ରିକେଟ ମଇଦାନରେ ଖେଳାଳିଙ୍କ ଦୁଃଖଦ ମୃତ୍ୟୁ

ମୁମ୍ବାଇ,୩୦।୧୨: ମହାରାଷ୍ଟ୍ରର ଜଲନା ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଖ୍ରୀଷ୍ଟମାସ ଅବସରରେ ‘ଫ୍ରେସର ବଏଜ’ ଗ୍ରାଉଣ୍ଡରେ ଏକ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା।...

ଆଉ ଚାଲୁନି ବ୍ୟାଟ! ସିଡନୀ ଟେଷ୍ଟ ପରେ ଅବସର ନେବେ ରୋହିତ: ରିପୋର୍ଟ

ନୂଆଦିଲ୍ଲୀ,୩୦।୧୨: ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇ ‘ନିଜର ନିଷ୍ପତ୍ତି ନେଇସାରିଛନ୍ତି’। ସିଡନୀରେ ୨୦୨୪-୨୫ ବର୍ଡ଼ର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ପରେ ଯଦି ଭାରତ...

‘ମରିଯାଇଛି କିଙ୍ଗ, ବହୁତ-ବହୁତ ଖୁସି ଅଛି ଅଷ୍ଟ୍ରେଲିଆ…’ ଭାରତର ପରାଜୟ ପରେ ବଡ଼ ବୟାନ ଦେଲେ…

ନୂଆଦିଲ୍ଲୀ,୩୦।୧୨:ଭାରତୀୟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବେ କ୍ରିକେଟ ବିଶେଷଜ୍ଞଙ୍କ ସମେତ ପ୍ରଶଂସକଙ୍କ ଟାର୍ଗେଟରେ ଅଛନ୍ତି। ମେଲବୋର୍ନ ଟେଷ୍ଟ ମୁକାବିଲାରେ କୋହଲି ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ...

ସନ୍ୟାସ ନେବେ ରୋହିତ ଶର୍ମା! ମେଲବର୍ନ ଟେଷ୍ଟ ପରେ ଅବସରକୁ ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୩୦।୧୨: ମେଲବର୍ନ ଟେଷ୍ଟରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଅଷ୍ଟ୍ରେଲିଆ ପଞ୍ଚମ ଦିନରେ ୧୮୪ ରନ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। ଏହି...

ଭୁଲ ନିଷ୍ପତ୍ତି ନେଇ ଜୈସଓ୍ବାଲଙ୍କୁ ଦିଆଗଲା ଆଉଟ୍‌, ରାଗରେ ନିଆଁବାଣ ହୋଇ ଗାଭାସ୍କର କହିଦେଲେ ଏମିତି

ମେଲବୋର୍ନ,୩୦।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମେଲବୋର୍ନ ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୈସଓ୍ବାଲଙ୍କ ଆଉଟ୍‌ ହେବାକୁ ନେଇ ବିବାଦ ଦେଖାଦେଇଛି। ଏହି ଖେଳାଳିଙ୍କୁ...

ଭାରତର ପରାଜୟ ପରେ କଟା ଘା’ରେ ଚୂନ ମାରିଲେ ଅଶ୍ୱିନ

ଚେନ୍ନାଇ,୩୦।୧୨: ମେଲବୋର୍ନରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ଭାରତୀୟ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ୧୮୪ ରନ୍‌ରେ ଟିମ ଇଣ୍ଡିଆକୁ ପରାସ୍ତ...

୧୩ ବର୍ଷ ପରେ ମେଲବୋର୍ନରେ ହାରିଲା ଭାରତ: ଏହି ହୃଦୟବିଦାରକ ପରାଜୟର ୫ ବଡ଼ କାରଣ

ମେଲବୋର୍ନ,୩୦।୧୨: ଅଷ୍ଟ୍ରେଲିଆ ୧୮୪ ରନରେ ମେଲବୋର୍ନ ଟେଷ୍ଟ ଜିତିଛି। ଭାରତର ୩୪୦ ରନ୍‌ର ଏକ ବଡ଼ ଲକ୍ଷ୍ୟ ଥିଲା ଏବଂ ଚତୁର୍ଥ ଇନିଂସରେ ଏଭଳି ଲକ୍ଷ୍ୟ...

ମେଲବୋର୍ନ ଟେଷ୍ଟ ହାରିବାର ବଡ଼ କାରଣ କହିଲେ ରୋହିତ ଶର୍ମା, ନୀତୀଶ ରେଡ୍ଡୀଙ୍କୁ ଦେଲେ ସ୍ପେଶାଲ ବାର୍ତ୍ତା

ନୂଆଦିଲ୍ଲୀ,୩୦।୧୨: ଅଷ୍ଟ୍ରେଲିଆ ମାଟିରେ କ୍ରମାଗତ ତୃତୀୟ ଟେଷ୍ଟ ସିରିଜ ଜିତିବାର ଭାରତୀୟ ଦଳର ସ୍ବପ୍ନ ସୋମବାର ଭାଙ୍ଗି ଯାଇଛି। ବକ୍ସିଂ ଡେ ଟେଷ୍ଟର ଶେଷ ଦିନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri