Posted inଖେଳ

ଆଇସିସି ବିଶ୍ୱକପ: ପ୍ରତିଶୋଧ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା

ବର୍ମିଂହାମ, ୧୯।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ବୁଧବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ଗତଥରର ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଅପେକ୍ଷ ଦକ୍ଷିଣ ଆଫ୍ରିକା ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି। ଦ୍ରୁତ ବୋଲର ଲୁନ୍‌ଗି ଏନ୍‌ଗିଡି ଦଳକୁ ଫେରିଥିବାରୁ ଦକ୍ଷିଣି ଆଫ୍ରିକା ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି। ଗତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଫଳରେ ଏଥର ଏହାର ପ୍ରତିଶୋଧ ନେବାକୁ ଫାଫ୍‌ ଡୁପ୍ଲେସିଙ୍କ ଦଳ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ବିଜୟୀ ହୋଇ ୨ ପଏଣ୍ଟ ହାସଲ କରିବା ସହ ୪ ନ୍ୟୁଜିଲାଣ୍ଡ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବାକୁ ଚେଷ୍ଟା କରିବ। ଏଥର ଦକ୍ଷିଣ ଆଫ୍ରିକା କ୍ରମାଗତ ୩ଟି ମ୍ୟାଚ୍‌ରେ ପରାଜୟ ବରଣ କରିବା ସହ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଚତୁର୍ଥ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ତେବେ ପଞ୍ଚମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ହରାଇ ପ୍ରଥମ ବିଜୟ ହାସଲ କରିଥିଲା। ଅପରପକ୍ଷରେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଥିଲାତେବେ ଗୋଟିଏ ମ୍ୟାଚ୍‌ ବିନା ଫଳାଫଳ ସହ ଶେଷ ହୋଇଥିଲା। ଏପର୍ଯ୍ୟନ୍ତ ପରାଜୟବରଣ କରି ନ ଥିବା ଦକ୍ଷିଣ ଆଫ୍ରିକା ଆଉ ଏକ ବିଜୟ ସହ ଆଗକୁ ବଢ଼ିବାକୁ ପ୍ରୟାସ କରିବ।
ଇଞ୍ଜୁରି କାରଣରୁ ଅଭିଜ୍ଞ ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ୍‌ ଓ ଅନରିଚ ନୋର୍ଜ ଦଳରୁ ବାଦ ପଡିବା ପରେ ଦକ୍ଷିଣ ଆଫ୍ରକା ବୋଲିଂ ବିଭାଗ ଦୁର୍ବଳ ହୋଇ ପଡିଛି। ଏନ୍‌ଗିଡି ପୂରା ଫିଟ୍‌ ହେବା ପରେ ଦକ୍ଷିଣ ଆଫ୍ରିକା ବିଜୟର ସ୍ବାଦ ଚାଖିଥିଲା ଓ ଅଧିନାୟକ ଡୁପ୍ଲେସିଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଛି। ଏନ୍‌ଗିଡି ଦଳକୁ ଫେରିବା ପରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏବେ ସବୁ ମ୍ୟାଚ୍‌କୁ ଜିତିବା ଆମ ପାଇଁ ଅପରିହାର୍ଯ୍ୟ ହୋଇପଡିଛି ବୋଲି ଆଫଗାନିସ୍ତାନ ମ୍ୟାଚ୍‌ ଜିତିବା ପରେ ଡୁପ୍ଲେସି କହିଛନ୍ତି। ସେମିଫାଇନାଲ ଆଶା ବଜାୟ ରଖିବାକୁ ହେଲେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ପ୍ରଭାବୀ ପ୍ରଦର୍ଶନ କରିବାକୁ ହେବ। ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କ ଉପରେ ସବୁ କିଛି ନିର୍ଭର କରୁଛି। ଏଜବାଷ୍ଟାନର ଏହି ଉଇକେଟରେ ସେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଗତ ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୪୦ ବର୍ଷୀୟ ତାହିର ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଦକ୍ଷିଣ ଆଫ୍ରିକା ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ହାସିମ ଅମଲା ଓ କ୍ୱିଣ୍ଟନ ଡି କକ୍‌ ଭଲ ପ୍ରଦର୍ଶନ କରିଛନ୍ତି ଓ ଏହା ଦଳ ପାଇଁ ଏକ ଶୁଭ ଲକ୍ଷଣ। ଟେଣ୍ଟ ବୋଲ୍ଟଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡର କ୍ୱାଲିଟି ବୋଲିଂକୁ ସମ୍ମୁଖୀନ ହେବା ପାଇଁ ଦକ୍ଷିଣ ଆଫ୍ରିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି। ସ୍ପିନ ବୋଲିଂ ବିପକ୍ଷରେ ଦକ୍ଷିଣ ଆଫ୍ରିକା ସେତେଟା ଦୃଢ଼ ନ ଥିବା ନ୍ୟୁଜିଲାଣ୍ଡ ଟିମ୍‌ ମ୍ୟାନେଜମେଣ୍ଟ ହୃଦୟଙ୍ଗମ କରି ଥିବା। ଫଳରେ ଏଜବାଷ୍ଟନର ବ୍ରାଉନ ଉଇକେଟ ନ୍ୟୁଜିଲାଣ୍ଡ ଲେଗ୍‌ ସ୍ପିନର ଇଶ୍‌ ସୋଧୀଙ୍କୁ ଖେଳାଇବ ବୋଲି ଆଶା କରାଯାଉଛି।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ବ୍ୟାଟିଂରେ ବେଶ୍‌ ଶକ୍ତିଶାଳୀ ମନେହେଉଛି। ଅଧିନାୟକ କେନ୍‌ ଓ୍ବିଲିୟମସନ ଦମ୍‌ଦାର ବ୍ୟାଟିଂ କରି ଦଳକୁ ବାଂଲାଦେଶ ଓ ଆଫଗାନିସ୍ତାନ ବିପକ୍ଷରେ ବିଜୟୀ କରାଇଥିଲେ। ସେହିପରି ଅଭିଜ୍ଞ ରସ ଟେଲର ମଧ୍ୟ ବିପୁଳ ସଂଖ୍ୟାରେ ରନ୍‌ ସଂଗ୍ରହ କରିଛନ୍ତି। ଦୁଇ ଓପନର କଲିନ ମୁନରୋ ଓ ମାର୍ଟିନ ଗୁପ୍ଟିଲ ଭଲ ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ନ୍ୟୁଜିଲାଣ୍ଡ ଦଳରେ ଦୁଇଜଣ ବିଶ୍ୱସ୍ତରୀୟ ଅଲରାଉଣ୍ଡର ରହିଛନ୍ତି। ଜିମ୍ମି ନିଶାମ ଓ କଲିନ୍‌ ଡି ଗ୍ରାଣ୍ଡହୋମ ଦଳ ପାଇଁ ଆଗାମୀ ମ୍ୟାଚ୍‌ଗୁଡିକରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବେ।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ମ୍ୟାଟ ହେନେରି, ଟମ୍‌ ଲାଥମ, କଲିନ୍‌ ମୁନରୋ, ଜିମ୍ମି ନିଶାମ, ହେନେରୀ ନିକୋଲ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଧୀ, ଟ୍ରେଣ୍ଟ ବୋଲ୍ଟ, କଲିନ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, ଟିମ୍‌ ସାଉଦି, ରସ ଟେଲର ଓ ଟମ୍‌ ବ୍ଲଣ୍ଡେଲ।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ା ଡୁପ୍ଲେସି (ଅଧିନାୟକ), ଏଡେନ ମାରକ୍ରାମ, କ୍ୱିଣ୍ଟନ ଡି କକ, ହାସିମ ଅମଲା, ରାସି ଭାନ ଡେର ଦୁସେନ, ଡେଭିଡ ମିଲର, କ୍ରିସ୍‌ ମୋରିସ, ଆଣ୍ଡିଲ ଫେଲୁକ୍ୱାୟୋ, ଜେପି ଡୁମିନି, ଡ୍ବେନ ପ୍ରିଟୋରିୟସ, ବେଉରାନ ହେଣ୍ଡ୍ରିକ୍ସ, କାଗିସୋ ରାବାଡ଼ା, ଲୁନ୍‌ଗି ଏନ୍‌ଗିଡି, ଇମ୍ରାନ ତାହିର ଓ ତାବ୍ରେଜ ଶାମସି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଏହି ମୁସଲିମ ଦେଶ PoKକୁ ଭାରତର ଅଂଶ ବୋଲି ମାନିଥାଏ: ନାଁ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଶ୍ରୀନଗର,୨୬।୪: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ...

ପହଲଗାମ ଆକ୍ରମଣରେ ପାକିସ୍ତାନୀ କ୍ରିକେଟରଙ୍କ ଲିଙ୍କ୍‌! ଚମକାଇଲା Fact Check

କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶରେ କ୍ରୋଧର ବାତାବରଣ ରହିଛି। ଜମ୍ମୁ କାଶ୍ମୀରରେ ଭାରତୀୟ ସେନା ସର୍ଚ୍ଚ ଅପରେସନ୍ ଚଳାଇଛି। ଏହା...

ପ୍ରବଳ ଗରମରେ ପିଉଛନ୍ତି କି ଆଖୁରସ? ସ୍ବାସ୍ଥ୍ୟ ପ୍ରତି ହୋଇପାରେ ଘାତକ, ଜାଣି ରଖନ୍ତୁ…

ଆଖୁରସ ଏମିତି ଏକ ପାନୀୟ, ଯାହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ। ସେଥିପାଇଁ ଆମ ମଧ୍ୟରୁ ଅନେକ ଏହାକୁ ପିଇବାକୁ ପସନ୍ଦ କରନ୍ତି। ଏହା...

ଆମେ ଭାରତ ସହ ଅଛୁ..ଭାରତକୁ ସହଯୋଗର ହାତ ବଢାଇଲା ଆମେରିକା ଗୋଇନ୍ଦା ବିଭାଗ

ଓ୍ବାଶିଂଟନ,୨୬।୪:ପହଲଗାମ୍‌ ଆକ୍ରମଣରେ ୩ ଦିନ ପରେ ଆମେରିକାର ଜାତୀୟ ଗୋଇନ୍ଦା ନିର୍ଦ୍ଦେଶିକା ତୁଲସୀ ଗାବ୍ବାର୍ଡ ଭାରତର ଆତଙ୍କବାଦ ନିରୋଧୀ ଅଭିଯାନକୁ ସମର୍ଥନ ଜଣାଇଛନ୍ତି। ଏକ ସୋସିଆଲ...

ମୁହଁ ଖୋଲି ଯୁଦ୍ଧ ପାଇଁ ଆହ୍ବନ କଲେ ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ, ମୋଦିଙ୍କୁ କହିଲେ…

ଇସଲାମବାଦ,୨୬।୪: ପହଲଗାମ ଆକ୍ରମଣ ପରେ ସବୁ ଦିଗରୁ ଚାପ ବୃଦ୍ଧି ପାଇବା ପରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ପାକ୍‌ ସେନାକୁ ସମ୍ବୋଧିତ କରିଛନ୍ତି। ତାଙ୍କ ବିରୋଧରେ ଲଗାଯାଇଥିବା...

୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମଶରେ ଘଟିଛି ଲଜ୍ଜାଜନକ ତଥା ହୃଦୟ ବିଦାରକ ଘଟଣା। ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା...

ଆକ୍ରମଣ ଯୋଗୁ ଭାଙ୍ଗିଲା ସୀମାପାର ବିବାହ: ପାକିସ୍ତାନ ଯାଉଥିବା ବରଙ୍କୁ ଅଟ୍ଟାରିରୁ ଫେରାଇଦିଆଗଲା

ବାର୍‌ମେର,୨୬।୪:ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପରେ ପଡ଼ୋଶୀ ଦେଶ ସହ ତିକ୍ତତା ବଢ଼ିଛି। ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି କେନ୍ଦ୍ର ସରକାର ଅଟ୍ଟାରି ସୀମାକୁ...

ସଂରକ୍ଷିତ ଜଙ୍ଗଲ ଭିତରେ ଜଳୁଛି କାର୍‌, ସ୍ତ୍ରୀଙ୍କ ଉପରେ ରାଗି ସ୍ବାମୀ ଜାଳିଦେଲେ

ପାଟଣା,୨୬ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ପିଛୁଳାବେଡ଼ା ଜଙ୍ଗଲ ଭିତରେ ଶନିବାର ଏକ କାର୍‌ ଜଳୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image