ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲ: ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ଲିଗ୍‌ ପର୍ଯ୍ୟାୟ ପରେ ଏବେ ଆସିଛି ଅସଲ ପରୀକ୍ଷାର ବେଳ। ସେମିଫାଇନାଲରେ ପ୍ରବେଶ କରିଛନ୍ତି କ୍ରିକେଟ ଜଗତର ୪ ଶ୍ରେଷ୍ଠ ଦଳ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ମଙ୍ଗଳବାର ହେବ ପ୍ରଥମ ସେମିଫାଇନାଲ। ଏଥିରେ ବ୍ଲାକ୍‌ କ୍ୟାପ୍‌ ନ୍ୟୁଜିଲାଣ୍ଡକୁ ଟକ୍କର ଦେବ ମେନ୍‌ ଇନ୍‌ ବ୍ଲୁ ଟିମ୍‌ ଇଣ୍ଡିଆ। ଲିଗ୍‌ ପର୍ଯ୍ୟାୟରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷା ଯୋଗୁ ସମ୍ଭବ ହୋଇ ନ ଥିଲା। ତେଣୁ ପ୍ରତିଯୋଗିତାରେ ଦୁଇ ଦଳ ପ୍ରଥମଥରଲାଗି ପ୍ରତିପକ୍ଷ ଦଳର ଶକ୍ତି ପରଖିବାକୁ ସୁଯୋଗ ପାଇବେ। ନ୍ୟୁଜିଲାଣ୍ଡର ପେସ୍‌ ବାହିନୀ ଏବଂ ଭାରତର ଟପ୍‌ ଅର୍ଡର ବ୍ୟାଟିଂ ଶକ୍ତିଶାଳୀ ଥିବାରୁ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ଆଶା।

Share