Categories: ଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ସେମିରେ ଦକ୍ଷିଣ ଆଫ୍ରିକା

ସିଡ୍‌ନୀ,୧ା୩(ପି.ଟି.)- ଲୌରା ଓ୍ବଲଭାର୍ଡଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଦକ୍ଷିଣ ଆଫ୍ରିକା ୧୭ ରନ୍‌ରେ ପାକିସ୍ତାନକୁ ହରାଇ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଖେଳାଯାଇଥିବା ଗ୍ରୁପ୍‌ ବି’ର ମ୍ୟାଚ୍‌ରେ ଲୌରା (୫୩*)ଙ୍କ ଯୋଗୁ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୩୬ ରନ୍‌ କରିଥିଲା। ମାରିଜାନ୍ନେ କାପ ୩୧ ରନ୍‌ କରିଥିଲେ। ଇନିଂସର ଅନ୍ତିମ ୮ ବଲରେ ଲୌରା ୪ ଚୌକା ମାରିଥିଲେ, ଯାହାକି ଶେଷକୁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ପାକିସ୍ତାନ ପକ୍ଷରୁ ବୋଲିଂରେ ଡାଇନା ବେଗ ୨ ଉଇକେଟ ନେଇଥିଲେ। ଜବାବରେ ପାକସ୍ତାନ ଦଳ ଶେଷ ପର୍ଯ୍ୟନ୍ତ ଖେଳି ୫ ଉଇକେଟ କ୍ଷତିରେ ୧୧୯ ରନ୍‌ କରିଥିଲେ। ଦଳ ଲାଗି ଜାଭେରିଆ ଖାଁ ୩୧, ଆଲିୟା ରିଆଜ ୩୯ ଓ ଇରାମ ଜାଭେଦ ୧୭ ରନ୍‌ କରିଥିଲେ। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ରୁ ୩ ବିଜୟ ସହ ୬ ପଏଣ୍ଟ ହାସଲ କରି ଗ୍ରୁପ୍‌ର ଦ୍ୱିତୀୟ ସ୍ଥାନରେ ରହିଛି। ଗ୍ରୁପ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ଇଂଲଣ୍ଡ ୪୬ ରନ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ୪ ମ୍ୟାଚ୍‌ରୁ ୩ୟ ବିଜୟ ସହ ଗ୍ରୁପ୍‌ର ଶୀର୍ଷରେ ରହିଛି।

Share