Categories: ଖେଳ

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ

ଖ୍ରିଷ୍ଟଚର୍ଚ୍ଚ, ୧୯ା୬ (ପି.ଟି.)-ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ ସେହିବର୍ଷ ଜାନୁୟାରୀ ୩୦ରୁ ହେବ। ସେମିଫାଇନାଲ ଏବଂ ଫାଇନାଲ ସମେତ ଏଥିରେ ମୋଟ ୩୧ ମ୍ୟାଚ ଖେଳାଯିବ। ନ୍ୟୁଜିଲାଣ୍ଡ ପୂର୍ବରୁ ଏକାକି ଅବା ମିଳିତ ଭାବେ ହେଉ ଏଭଳି ଇଭେଣ୍ଟ ଚତୁର୍ଥ ଥର ଆୟୋଜନ କରିବାକୁ ଯାଉଛି। ପୂର୍ବରୁ ଏହି ଦେଶ ୧୯୯୨ ଏବଂ ୨୦୧୫ରେ ପୁରୁଷ ବିଶ୍ୱ କପ୍‌ ଏବଂ ୨୦୦୦ରେ ମହିଳା ଇଭେଣ୍ଟ ସଫଳତାର ସହିତ ଆୟୋଜନ କରିସାରିଛି। ୫୦ ଓଭର ବିଶିଷ୍ଟ ଏହି ଟୁର୍ନାମେଣ୍ଟ ଜାନୁୟାରୀ ୩୦ରୁ ଫେବୃୟାରୀ ୨୦ ପର୍ଯ୍ୟନ୍ତ ହେବ। ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ ଏକ ବିବୃତ୍ତିରେ ଏହା ପ୍ରକାଶ କରାଯାଇଛି। ୨୦୨୧ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ହେଉଛି ଇଭେଣ୍ଟର ଦ୍ୱାଦଶ ସଂସ୍କରଣ। ଏଥିପାଇଁ ଆୟୋଜକ ହିସାବରେ ନ୍ୟୁଜିଲାଣ୍ଡ ଆପେ ଯୋଗ୍ୟତା ଅର୍ଜନ କରିଛି। ଏହି ସମ୍ମାନଜନକ ଇଭେଣ୍ଟ ଲାଗି ଆଇସିସି ମହିଳା ଚାମ୍ପିୟନଶିପ୍‌ ଷ୍ଟାଣ୍ଡିଂର ଶ୍ରେଷ୍ଠ ୪ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଅବଶିଷ୍ଟ ୩ ଦଳକୁ କ୍ୱାଲିଫାୟର ଇଭେଣ୍ଟ ଜରିଆରେ ଯୋଗ୍ୟତା ହାସଲ ଅର୍ଜନ କରିବାକୁ ପଡ଼ିବ। କ୍ୱାଲିଫାୟର ଇଭେଣ୍ଟରେ ୨୦୧୯ରେ ଆଫ୍ରିକା, ଆମେରିକା, ଏସିଆ, ଇଷ୍ଟ ଏସିଆ ପ୍ୟାସିଫିକ୍‌ ଏବଂ ୟୁରୋପରେ ହେବାକୁଥିବା ଆଞ୍ଚଳିକ ଟୁର୍ନାମେଣ୍ଟର ବିଜେତା ବ୍ୟତୀତ ବାଂଲାଦେଶ ଏବଂ ଆୟର୍ଲାଣ୍ଡ ଭାଗ ନେବେ। ବର୍ତ୍ତମାନ ପଏଣ୍ଟ ଟେବୁଲର ଶ୍ରେଷ୍ଠ ୪ ସ୍ଥାନରେ ରହିଥିବା ଦଳଗୁଡ଼ିକ ହେଲେ ଅଷ୍ଟ୍ରେଲିଆ (୨୨ପଏଣ୍ଟ), ଗତଥରର ଚାମ୍ପିୟନ ଇiଂଲଣ୍ଡ(୨୨), ଭାରତ (୧୬) ଏବଂ ଦକ୍ଷିଣ ଆଫ୍ରିକା(୧୬)।

Share