ନୂଆଦିଲ୍ଲୀ,୧।୯: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ଚିକିତ୍ସାଧୀନ ଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ତାଙ୍କୁ ଆଇସିୟୁରୁ ବାହାର କରାଯାଇ ଜେନରାଲ ଓ୍ବାର୍ଡକୁ ଅଣାଯାଇଛି। ସୂଚନାଯୋଗ୍ୟ, ଜୁଲାଇ ୨୮ରେ ପୀଡିତା, ତାଙ୍କ ଓକିଲ ଓ କେତେଜଣ ସମ୍ପର୍କୀୟ ମିଶି ଏକ କାର୍ରେ ଯାଉଥିବା ସମୟରେ ତାଙ୍କ କାର୍ଟି ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ ତାଙ୍କର ୨ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ହେବା ସହ ନିଜେ ପୀଡିତା ଓ ତାଙ୍କ ଓକିଲ ଗୁରୁତର ଅବସ୍ଥାରେ ଲକ୍ଷ୍ନୌର କିଙ୍ଗସ ଜର୍ଜ ହସ୍ପିଟାଲ ୟୁନିଭର୍ସିଟିରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ବାସ୍ଥାବସ୍ଥା ବିଗିଡି ଯିବାରୁ ତାଙ୍କୁ ଏମ୍ସକୁ ଏୟାର ଲିପ୍ଟ କରାଯାଇଥିଲା। ଏବେ ପୀଡିତା ଓ ତାଙ୍କ ଓକିଲଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।