Advertisement

ଆଇସିୟୁ ପାଇଁ ଏମ୍‌ପି ପାଣ୍ଠିରୁ ୧କୋଟି ଦେଲେ ଭର୍ତ୍ତୃହରି

କଟକ ଅଫିସ, ୨୮ା୩: କଟକ ଏମ୍‌ପି ଭର୍ତ୍ତୃହରି ମହତାବ ରାଜ୍ୟରେ ‘କରୋନା’ ମୁକାବିଲା ପାଇଁ ଏମ୍‌ପି ପାଣ୍ଠିରୁ ୧କୋଟି ଟଙ୍କା ଏବଂ ୩ ମାସର ଦରମା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠଗଡ଼ ମାଧପୁରଠାରେ ଥିବା ପ୍ରମୁଖ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ‘ଗୋପବନ୍ଧୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଏକ ପଞ୍ଚଶଯ୍ୟା ବିଶିଷ୍ଟ ଆଇସିୟୁ ପ୍ରତିଷ୍ଠା ନିମନ୍ତେ ମହତାବ ଜିଲାପାଳଙ୍କ ମାଧ୍ୟମରେ ୧କୋଟି ଟଙ୍କା ପ୍ରଦାନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share