ଆଇସିୟୁ ଭଙ୍ଗାରୁଜା ଘଟଣା :ସ୍ବାସ୍ଥ୍ୟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୧୫ା୭: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ପାରା ମେଡିକାଲ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ସୋମବାର ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇ ଧାରଣ ଦିଆଯାଇଥିଲା ା ହସ୍‌ପିଟାଲ ପରିସରରେ ସକାଳ ୮ଟାରୁ ହୋଇଥିବା ଧାରଣାରେ ହସପିଟାଲର ସମସ୍ତ ଷ୍ଟାଫ୍‌ନର୍ସ, ପାଥୋଲଜିଷ୍ଟ, ରେଡିଓଲଜିଷ୍ଟ, ସ୍ବାସ୍ଥ୍ୟକର୍ମୀ, ଆଟେଣ୍ଡାଣ୍ଟ, ସୁଇପରମାନେ ସାମିଲ ହୋଇଥିଲେ। ଗତ ଜୁନ୍‌ ୨୬ ତାରିଖ ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ କେତେକ ଲୋକ ଆଇସିୟୁ ଭିତରେ ପଶି ଭଙ୍ଗାରୁଜା କରିବା ସହ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ା ଏ ନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା ା ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ପାରା ମେଡିକାଲ କର୍ମଚାରୀ ସମନ୍ବୟ କମିଟି ତରଫରୁ ପ୍ରଥମେ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ କରାଯାଇଥିଲା ା ସ୍ବାସ୍ଥ୍ୟ କର୍ମଚାରୀମାନେ ୩ ଦିନ ଧରି କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିଥିଲେ ା ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ହସପିଟାଲ ଭିତରେ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ଓ ଷ୍ଟାଫ୍‌ଙ୍କ ସୁରକ୍ଷା ଦାବି କରିଥିଲେ ା ସକାଳ ୮ଟାରୁ କାର୍ଯ୍ୟ ବନ୍ଦ କରିଥିତ୍ବାରୁ ହସପିଟାଲରେ ରୋଗୀମାନେ ଅସୁବିଧାରେ ପଡିଥିଲେ ା ହସପିଟାଲ ସୁପରିଣ୍ଟେଣ୍ଡେଣ୍ଟ ନାରାୟଣ ଆଚାର୍ଯ୍ୟ, ଏସଡିପିଓ ଶ୍ରୀମନ୍ତ ବାରିକ, ଟାଉନ୍‌ ଥାନା ଆଇଆଇସି ତୋଫାନ୍‌ ବାଗ ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚତ୍ଥିଲେ ା ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ଅନ୍ୟମାନଙ୍କ ବିରୋଧରେ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ଘୋଷଣା କରି ସ୍ବାସ୍ଥ୍ୟ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେଇଥିଲେ ା