ବନ୍ତ,୩୦।୩(ଡି.ଏନ୍.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶ ଏବଂ ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦେଉଥିଲେ ମଧ୍ୟ ତାହାକୁ ଲୋକେ ସଠିକ୍ ଭାବେ ପାଳନ କରୁ ନ ଥିବା ଦେଖାଯାଇଛି। ସେହିସବୁ ଲୋକଙ୍କ ପାଇଁ ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି। ମାତ୍ର ଲୋକେ ବାହାର ରାଜ୍ୟରୁ ଆସିବା ପରେ ଉକ୍ତ କେନ୍ଦ୍ରରେ ପଞ୍ଜୀକରଣ କରାଇ ସିଧାସଳଖ ନିଜ ଘରକୁ ପଳାଇ ଯାଉଥିବାର ଦେଖାଯାଇଛି। ଏଥିନେଇ ସଂପୃକ୍ତ ଗ୍ରାମର ଲୋକେ ଭୟଭୀତ ହେଉଥିବା ଅଭିଯୋଗ ହୋଇଛି। ବ୍ଲକ ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।