ଆଇସୋଲେଶନ୍‌ ରହି କିଭଳି ସମୟ କାଟୁଛନ୍ତି ନୁସରତ

ମୁମ୍ବାଇ: କୋଲକାତା ତୃଣମୂଳ କଂଗ୍ରେସର ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜହାଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ନୁସରତଙ୍କ ପ୍ରାୟ ସମୟରେ ଭିଡିଓ ଭାଇରାଲ ହୋଇଥାଏ। ତେବେ ଦେଶରେ କରୋନା ପ୍ରକୋପ ଜାରି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା ଓ ସେଲିବ୍ରିଟି ଏବେ ନିଜ ଘରେ ବନ୍ଦୀ ହୋଇ ରହୁଛନ୍ତି। ଇତିମଧ୍ୟରେ ଏମ୍‌ପି ତଥା ଅଭିନେତ୍ରୀ ନୁସରତ ମଧ୍ୟ ଘରେ ବନ୍ଦୀ ହୋଇ ରହିଛନ୍ତି। ସୋସିଆଲ ମିଡିଆରେ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ରୋଷେଇ କରୁଥିବାର ଦେଖିବାକୁ ମିଳିଛି।

ଏଥିସହ ଆଇସୋଲେଶନ୍‌ରେ ରହି କିଭଳି ସମୟ ବିତାଉଛନ୍ତି ସେ ବିଷୟରେ ଉଲ୍ଲେଖ କରିଛନ୍ତି। ଭିଡିଓଟି ଶେୟାର କରିବା ସହ କ୍ୟାପଶନ୍‌ରେ ଲେଖିଛନ୍ତି, ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଦେଶ କୋଭିଡ-୧୯ ସହ ମୁକାବିଲା କରୁଛି। ଏଥିସହ ଘରେ ଆଇସୋଲେଶନ୍‌ରେ ରହି କିଭଳି ଲୋକେ ଖୁସିରେ ରହିପାରିବେ ସେନେଇ ନୁସରତ ଟିପ୍ସ ଦେଇଛନ୍ତି। ସେ କହିଛନ୍ତି, ଘରେ ରହି ରୋଷେଇ କରିବା ସହ ପେଣ୍ଟିଂ ଓ ମନକୁ ଖୁସି ଦେବା ଭଳି କାର୍ଯ୍ୟ କରୁଛନ୍ତି। ତେଣୁ ସମସ୍ତେ ମନକୁ ଖୁସିଦେବା ଭଳି ଏବଂ ପଜିଟିଭ୍‌ କାର୍ଯ୍ୟ କରିବା ସହ ସରକାରଙ୍କ ସମସ୍ତ ନିର୍ଦ୍ଦେଶ ପାଳନ କରନ୍ତୁ ବୋଲି ନୁସରତ ପରାମର୍ଶ ଦେଇଛନ୍ତି।

Share