ଆଇସୋଲେଶନ ଓ୍ବାର୍ଡରେ ପରୀକ୍ଷା ଦେଲେ ଦୁଇ କରୋନା ଆକ୍ରାନ୍ତ ନର୍ସ

ଚଣ୍ଡିଗଡ଼, ୨୩।୬- କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ମଧ୍ୟ ପଞ୍ଜାବର ଦୁଇଜଣ ନର୍ସ ଆଇସୋଲେଶନ ଓ୍ବାର୍ଡରେ ନର୍ସିଂ ପରୀକ୍ଷା ଦେବା ଏବେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁଇଜଣ ନର୍ସ ମୁହଁରେ ମାସ୍କ ପରିଧାନ କରି ପରୀକ୍ଷା ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହା ଅନେକଙ୍କ ହୃଦୟ ଜିତିପାରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଏହି ଦୁଇ ପରୀକ୍ଷାର୍ଥୀଙ୍କ ଏକ ଫଟୋକୁ ଟୁଇଟ୍‌ କରି ପ୍ରଶଂସା କରିଛନ୍ତି। ପଟିଆଲା ରାଜିନ୍ଦର ହସ୍ପିଟାଲରେ ଉଭୟ ନର୍ସ ଭାବେ କାମ କରୁଛନ୍ତି। ନିକଟରେ ଦୁଇ ଜଣଯାକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୧୧ ଷ୍ଟାଫ୍‌ ନର୍ସ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉଭୟ ଏହି ପରୀକ୍ଷା ଦେବାକୁ ମନବଳାଇଥିଲେ। ପରୀକ୍ଷା ପାଇଁ ସେମାନଙ୍କୁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ସରକାର ଉଭୟଙ୍କୁ ନିରାଶ ନ କରି ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ଅନୁମତି ଦେଇଥିଲେ।

Share