Advertisement

ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କଲେ ଦେବଗଡ଼ ବିଧାୟକ

ଦେବଗଡ଼,୧୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିଲାର ବିଭିନ୍ନ ପଞ୍ଚାୟତରେ ଆଇସୋଲେଶନ କେନ୍ଦ୍ର କରାଯାଇଛି। ଇତିମଧ୍ୟରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଜିଲାର ପ୍ରାୟ ସମସ୍ତ ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କରିସାରିଛନ୍ତି। ତେବେ ରିଆମାଳ ବ୍ଲକ ଅନ୍ତର୍ଗତ ଖିଲେଇ ପଞ୍ଚାୟତରେ ନିର୍ମିତ ୧୦ ଶଯ୍ୟା ବିଶିଷ୍ଟ ଆଇସୋଲେଶନ କେନ୍ଦ୍ର ଶୁକ୍ରବାର ପରିଦର୍ଶନ କରିଛନ୍ତି। ଏହି ଅବସରରେ ବିଧାୟକ ପାଣିଗ୍ରାହୀ ଉକ୍ତ କେନ୍ଦ୍ରର ବିଦ୍ୟୁତ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ପରିମଳ, ଡଷ୍ଟବିନ୍‌ ଆଦିର ତଦାରଖ କରିବାସହ ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭବାନୀକାନ୍ତ ପ୍ରଧାନଙ୍କୁ ପଚାରି ବୁଝିଥିଲେ । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ନିମନ୍ତେ ଯୋଗାଇ ଦିଆଯାଉଥିବା ଭତ୍ତା ଓ ଚାଉଳ ଆଦି ସଠିକ୍‌ ଭାବେ ବିତରଣ ହେଉଛି କି ନାହିଁ ସେ ନେଇ ମଧ୍ୟ ପଞ୍ଚାୟତ ନିର୍ବାହୀ ଓ କେତେକ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share