ଆଇସୋଲେଶନ ହଲ ବୁଲି ଦେଖିଲେ ଜିଲାପାଳ

ଗଞ୍ଜାମ,୨୪ା୪(ଡି.ଏନ.ଏ.)- ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ଗ୍ରାମରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପହଞ୍ଚତ୍ ଆଇସୋଲେଶନ ହଲ୍‌ ବୁଲି ଅନୁଧ୍ୟାନ କରିଥିଲେ। ରାଜ୍ୟ ବାହାରୁ ଆସିବାକୁ ଥିବା ବ୍ୟକ୍ତି ନାମ ପଞ୍ଜିକରଣ କରିବା ପରେ ସେଠାରେ ରଖାଯିବ। ୧୪ ଦିନ ସେଠାରେ ରହିବା ପରେ ଯାଇ ନିଜ ଘରକୁ ଯିବେ। ଏଥିପାଇଁ ସମସ୍ତ ସ୍କୁଲ, କଲେଜ ଗୁଡିକୁ ଆଇସୋଲେଶନ ସେଣ୍ଟର କରାଯାଇଛି ବୋଲି ବିଡ଼ିଓ ଜ୍ୟୋତି ଶଙ୍କର ରାୟ କହିଛନ୍ତି। ପରେ ଜିଲାପାଳ ହୁମ୍ମା ପଞ୍ଚାୟତ ଗସ୍ତକରି କରୋନା ମୁକାବିଲା କିପରି ଚାଲିଛି ପଚାରି ବୁଝିଥିଲେ।

Share