ଆଇସୋଲେଶନ ୱାର୍ଡରେ ପ୍ରସବ: ନବଜାତ ଶିଶୁ କରୋନା ସଂକ୍ରମଣ ମୁକ୍ତ

ନୂଆଦିଲ୍ଲୀ, ୪ ।୪: ଦିଲ୍ଲୀ ସ୍ଥିତ ଏମ୍ସ୍‌ରେ କରୋନା ସଂକ୍ରମିତ ଜଣେ ଡାକ୍ତରଙ୍କ ସ୍ତ୍ରୀ ଆଇସୋଲେଶନ ୱାର୍ଡରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ମହିଳା ଜଣଙ୍କ ସ୍ୱାମୀଙ୍କଠାରୁ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଏମ୍ସ୍‌ର ଫିଜିଓଲୋଜି ବିଭାଗରେ ଆଇସୋଲେଶନ ୱାର୍ଡରେ ରଖାଯାଇଥିଲା । ପରେ ତାଙ୍କର ଅପରେଶନ୍ ଶୁକ୍ରବାର ହୋଇଥିଲା । ଶିଶୁର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ନବଜାତ ଶିଶୁଠାରେ କରୋନା ସଂକ୍ରମଣ ହୋଇ ନ ଥିବା ରିପୋର୍ଟରେ ଦର୍ଶାଯାଇଛି । ଶିଶୁ ମା ପାଖରେ ରହି ସ୍ତନ୍ୟପାନ କରୁଛି । ସ୍ତନ୍ୟପାନ ଦ୍ୱାରା କରୋନା ସଂକ୍ରମିତ ହୋଇ ନ ଥାଏ ବୋଲି ଡାକ୍ତର କହିଛନ୍ତି । ମହିଳା ଜଣକ ମଧ୍ୟ ସୁସ୍ଥ ଥିବା ଏମ୍ସ୍ ପକ୍ଷରୁ କୁହାଯାଇଛି । ପୂର୍ବରୁ ଚାଇନାରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା ।

Share