Categories: ବାଣିଜ୍ୟ

ଆଇସ୍କ୍ରିମ ଦ୍ୱାରା କରୋନା ସଂକ୍ରମଣ ସମ୍ଭାବନା ନାହିଁ: ଆଇଆଇସିଏମ୍‌ଏ

ନୂଆଦିଲ୍ଲୀ,୧୮-୩: ଆଇସ୍କ୍ରିମ ଦ୍ୱାରା କରୋନା ସଂକ୍ରମଣ ହେବାର ଗୁଜବ ହେଉଛି। ଏହା ଦ୍ୱାରା ଆଇସ୍କ୍ରିମ ଶିଳ୍ପ ବିକ୍ରି ପ୍ରଭାବିତ ହୋଇଛି। ଏହାକୁ ନେଇ ଶିଳ୍ପ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଶିଳ୍ପ ପକ୍ଷରୁ କୁହାଯାଇଛି ଯେ, ଆଇସ୍କ୍ରିମ ଦ୍ୱାରା କରୋନା ସଂକ୍ରମଣ ହେବାର ସମ୍ଭାବନା ନାହିଁ। ଖାଦ୍ୟ ସାମଗ୍ରୀ ଦ୍ୱାରା ଏହା ବ୍ୟାପି ନ ଥାଏ। ନିୟମିତ ବ୍ୟବଧାନରେ ହାତ ଧୋଇବା,ମାସ୍କ ପିନ୍ଧିବା ଦ୍ୱାରା ଏହାର ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ୟୁନିସେଫ୍‌ ଏବଂ ସରକାର ନିରନ୍ତର ଭିତ୍ତିରେ ଲୋକଙ୍କୁ ସଚେତନ କରାଉଛନ୍ତି। ଆଇସ୍କ୍ରିମ ସମ୍ପୂର୍ଣ୍ଣ ନିରାପଦ, ଏଥିରେ କୌଣସି ଅସୁବିଧା ନ ଥିବାରୁ ଗୁଜବକୁ ବିଶ୍ୱାସ ନ କରିବାକୁ ଇଣ୍ଡିଆନ ଆଇସ୍କ୍ରିମ ମାନୁଫାକଚରର ଆସୋସିଏଶନ (ଆଇଆଇସିଏମ୍‌ଏ) ପକ୍ଷରୁ ନିବେଦନ କରାଯାଇଛି।

Share