ଆଇ. ରାମବ୍ରହ୍ମମ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନୂଆ କୁଳପତି

ଭୁବନେଶ୍ୱର,୪ା୧୨ (ବ୍ୟୁରୋ):କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଆଇ. ରାମବ୍ରହ୍ମମଙ୍କୁ କୁଳାଧିପତି ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି। ଏ ନେଇ ମଙ୍ଗଳବାର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ନିଯୁକ୍ତି ସମ୍ପର୍କରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଜଣାଇ ଦିଆଯାଇଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନ-୨୦୦୯ ଅନୁଯାୟୀ ରାମବ୍ରହ୍ମମ କୁଳପତି ପଦବୀରେ ସର୍ବାଧିକ ୫ ବର୍ଷ କିମ୍ବା ତାଙ୍କୁ ୭୦ ବର୍ଷ ହେବା ଯାଏ କାର୍ଯ୍ୟ କରିବେ। ସେ ଯୋଗଦେବା ଦିନଠାରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପ୍ରଫେସର ଆଇ. ରାମବ୍ରହ୍ମମ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ଗତ ଫେବୃୟାରୀ ୨୮ରେ କୁଳପତି ଥିବା ସଚ୍ଚିଦାନନ୍ଦ ମହାନ୍ତି ଦାୟିତ୍ୱରୁ ଅବ୍ୟାହତି ନେବା ପରେ ପ୍ରଫେସର ଶରତ କୁମାର ପାଲିତା କୁଳପତି ଦାୟିତ୍ୱରେ ଥିଲେ।

Share