Categories: ବାଣିଜ୍ୟ

ଆଉଟଲୁକ୍‌ ସ୍ଥିର ରଖିଲା ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୧୧।୬: ରେଟିଂ ଏଜେନ୍ସି ଏସ୍‌ ଆଣ୍ଡ ପି ଭାରତର ଆଉଟଲୁକ୍‌କୁ ବୁଧବାର ସ୍ଥିର ରଖିଛି। ଏହି ଏଜେନ୍ସି ଭାରତ ଲାଗି ରେଟିଂକୁ ବିବିବିରେ ସ୍ତରରେ ରଖିଛି। ଘରୋଇ ବଜାର ଲାଗି ଅଭିବୃଦ୍ଧିକୁ ନେଇ ଚ୍ୟାଲେଞ୍ଜ ରହିଥିବା ବେଳେ ଭାରତୀୟ ଅର୍ଥ ବ୍ୟବସ୍ଥା ଏବଂ ରାଜକୋଷୀୟ ପ୍ରସଙ୍ଗରେ ସ୍ଥିତି ସ୍ଥିର ରହିବ ବୋଲି ଏହା ରିପୋର୍ଟରେ ଉଲ୍ଲେଖ କରିଛି। ଦୀର୍ଘମିଆଦୀ ଭିତ୍ତିରେ ଭାରତର ଅଭିବୃଦ୍ଧି କ୍ଷେତ୍ରରେ ବିଭିନ୍ନ ଚ୍ୟାଲେଞ୍ଜ ବୃଦ୍ଧି ପାଉଛି। ଭାରତ ବିଭିନ୍ନ ଆର୍ଥତ୍କ ସଂସ୍କାରକୁ ବର୍ତ୍ତମାନ କାର୍ଯ୍ୟାନ୍ବୟନ କରୁଛି। ଏହାକୁ ଦେଖିଲେ ଅନ୍ୟ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ତୁଳନାରେ ଭାରତର ସ୍ଥିତିରେ ଉନ୍ନତ ରହିବା ନେଇ ଏହି ଏଜେନ୍ସି ଆଶାବାଦୀ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ଭାରତର ଅର୍ଥ ବ୍ୟବସ୍ଥାରେ ୫% ହ୍ରାସ ଦେଖାଯିବା ନେଇ ଆକଳନ କରାଯାଇଛି। କୋଭିଡ୍‌- ୧୯ ପରେ ଭାରତୀୟ ଅର୍ଥ ବ୍ୟବସ୍ଥା ପୁଣି ଥରେ ଅଣ୍ଟା ସଳଖାଇବ। ହେଲେ ରାଜକୋଷୀୟ ନିଅଣ୍ଟ ଉପରେ ସରକାରଙ୍କୁ କାମ କରିବାକୁ ହେବ ବୋଲି ଏସ୍‌ ଆଣ୍ଡ ପି ଏହାର ରିପୋର୍ଟରେ ଉଲ୍ଲେଖ କରିଛି।

Share