ଆଉ ଏକାଠି ଫଟୋ ଉଠାଇବେନି ସାରା-କାର୍ତ୍ତିକ

ଆଜିକାଲି ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ବିଭିନ୍ନ ସ୍ଥାନରେ ସାଙ୍ଗ ହୋଇ ବୁଲିବା ଦେଖିବାକୁ ମିଳୁଛି। ଦୁଇଜଣ ଫିଲ୍ମ ‘ଲଭ୍‌ ଆଜ୍‌ କଲ -୨’ର ଶୁଟିଂ ମଧ୍ୟ ନିକଟରେ ସାରିଛନ୍ତି। ଶୁଟିଂ ସମୟରେ ଶୁଣିବାକୁ ମିଳିଥିଲା ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି। ବର୍ତ୍ତମାନ ଏହି ଯୋଡ଼ିଙ୍କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳିଛି। ସାରା – କାର୍ତ୍ତିକଙ୍କୁ ଆଉ ଏକାଠି ଦେଖିବାକୁ ମିଳିବନି। କାର୍ତ୍ତିକ କୁଆଡ଼େ ଫଟୋଗ୍ରାଫରଙ୍କୁ ଅନୁରୋଧ କରିଛନ୍ତି ସର୍ବସାଧାରଣ ସ୍ଥାନରେ ଏକାଠି ଦୁହିଁଙ୍କ ଫଟୋ ନ ନେବା ପାଇଁ। କାର୍ତ୍ତିକ ଚାହାନ୍ତି ପ୍ରଶଂସକ ତାଙ୍କୁ ଜଣେ ଅଭିନେତା ଭାବରେ ଚିହ୍ନନ୍ତୁ, ସାରାଙ୍କ ବୟଫ୍ରେଣ୍ଡ ଭାବେ ନୁହେଁ। ନିଜ ନିଜର କାମ ପାଇଁ ଲୋକେ ତାଙ୍କୁ ଚିହ୍ନନ୍ତୁ ଆଉ ଜାଣନ୍ତୁ ବୋଲି ଦୁଇଜଣ ଏପରି ନିଷ୍ପତ୍ତି ନେଇଛନ୍ତି।

କିଛିଦିନ ତଳେ ସାରା-କାର୍ତ୍ତିକଙ୍କ ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ଏକ ଛତା ନେଇ କାର୍ତ୍ତିକ ସାରାଙ୍କ ପଛେ ପଛେ ଯାଉଛନ୍ତି। କିନ୍ତୁ ସାରାଙ୍କ ସହିତ ଥିବା ରିଲେସନଶିପ୍‌କୁ କେବେ ସ୍ବୀକାର କରୁନାହାନ୍ତି କାର୍ତ୍ତିକ। ତେବେ ସମୟକୁ ଅପେକ୍ଷା କରନ୍ତୁ ସତ କ’ଣ ଜଣାପଡ଼ିବ।

Share