ଆଉ କମେଡି କରିବେନି କପିଲ!

ମୁମ୍ବାଇ: କମେଡି କିଙ୍ଗ ଭାବେ ପରିଚିତ କପିଲ ଶର୍ମା ଏବେ କୁଆଡେ ଆଉ କମେଡି କରିବେ ନାହିଁ ବୋଲି ଆଲୋଚନା ହେଉଛି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରୁ ଅନୁମାନ କରାଯାଉଛି କି କପିଲ ହୁଏତ ଆଉ କମେଡି କରିବେ ନାହିଁ। ଦିନେ କମେଡିରେ ସମସ୍ତଙ୍କୁ ବାନ୍ଧି ରଖିଥିବା ଏହି କଳାକାର ଉକ୍ତ ଭିଡିଓରେ ଏକ ଷ୍ଟେଜ ଶୋ’ରେ ନଜର ଆସିଛନ୍ତି। ଯାହା ଏକ ରିୟଲିଟି ସିଙ୍ଗିଙ୍ଗ ଶୋ’ଭଳି ଲାଗୁଛି। ଏଥିରେ କପିଲ ଗୀତ ଗାଉଥିବା ଦେଖାଯାଇଛି। ତେଣୁ ଏହାକୁ ଦେଖିବା ପରେ ତାଙ୍କର ପ୍ରଶଂସକମାନେ ଏକାକୁ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ଏହି ଭିଡିଓ ଶେୟାର କରିବା ସହ କପିଲ ଲେଖିଛନ୍ତି କିଛି ନୂଆ ଖବର ଶୀଘ୍ର ଆସିବ। ଆଉ ଏହି କ୍ୟାପଶନକୁ ଦେଖିବା ପରେ ଆଲୋଚନା ହେଉଛି କି କପିଲ ହୁଏତ ତାଙ୍କ ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେବାକୁ ଚାହୁଁଛନ୍ତି। ଅବଶ୍ୟ ଭିଡିଓରୁ ଅନୁମାନ କରାଯାଉଛି ଏହା ଏକ ସିଙ୍ଗିଙ୍ଗ ଶୋ’। ହେଲେ ଅଫିସିୟାଲି ଏହାର କୌଣସି ଘୋଷଣା କରାଯାଇନାହିଁ।

Share