ବିଶ୍ୱ ତାପମାତ୍ରା ଯୋଗୁ ବଢୁଥିବା ବିପଦ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି କ୍ଲାଇମେଟ୍ ସେଣ୍ଟ୍ରାଲ ନାମକ ଏକ ପ୍ରୋଜେକ୍ଟ । ଏହି ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ କଥା କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ସମୁଦ୍ର ପତ୍ତନ ବୃଦ୍ଧି ଏବଂ ବନ୍ୟା ଯୋଗୁ ଆସନ୍ତା ୯ ବର୍ଷ ମଧ୍ୟରେ ପୃଥିବୀର ୯ ଟି ସହର ଜଳମଗ୍ନ ହୋଇପାରେ। କେବଳ ଏତିକି ନୁହେଁ, ଭାରତର କୋଲକାତା ସହରର ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।
କୋଲକାତା ସହରରେ ସମୁଦ୍ର ପତ୍ତନ ବୃଦ୍ଧି ହେବାର ବିପଦ ବହୁତ ଅଧିକ। କାରଣ ବର୍ଷା ଋତୁରେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହା ବ୍ୟତୀତ ବର୍ଷା ଜଳ ଭୂମି ଭିତରକୁ ପ୍ରବେଶ କରେ ନାହିଁ। ପାଣି ଜମି ରହେ। ଏତଦ୍ବ୍ୟତୀତ ଏହା ନିକଟରେ ଥିବା ଏକ ବୃହତ ଡେଲ୍ଟା ଅଞ୍ଚଳ ସହର ପାଇଁ ବିପଜ୍ଜନକ ପ୍ରମାଣିତ ହୋଇପାରେ। ତେଣୁ କୋଲାକାତା ସହର ପାଣିରେ ବୁଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।