Advertisement
Categories: ଜାତୀୟ

ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପନ ହେବ ବଜେଟ୍‌: ରାଷ୍ଟ୍ରପତିଙ୍କୁ ଭେଟିଲେ ସୀତାରାମନ୍‌

ନୂଆଦିଲ୍ଲୀ, ୫।୭: ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜ ପେଡ଼ିରେ କ’ଣ ରଖିଛନ୍ତି ଏବେ ତା’ଉପରେ ସମସ୍ତଙ୍କ ନଜର ରହିଛି। ବଜେଟ ଉପସ୍ଥାପନ କରିବା ପୂର୍ବରୁ ସୀତାରାମନ୍‌ ଶୁକ୍ରବାର ସକାଳୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ରାଷ୍ଟ୍ରପତିଙ୍କୁ ଭେଟି ବଜେଟ୍‌ ଉପସ୍ଥାପନ ପାଇଁ ଅନୁମତି ଆଣିଛନ୍ତି ସୀତାରାମନ୍‌। ଏଥର ଅର୍ଥମନ୍ତ୍ରୀଙ୍କ ହାତରେ ବ୍ରିଫ୍‌କେସ୍‌ ନୁହେଁ, ଏକ କପଡାର ବ୍ୟାଗ୍‌ରେ ବଜେଟ୍‌ ଫାଇଲ୍‌ ଦେଖିବାକୁ ମିଳିଥିଲା। ଏଥର ଅର୍ଥମନ୍ତ୍ରୀଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ୪୫ ବର୍ଷରେ ବେକାରୀ ସର୍ବୋଚ୍ଚ ସୀମାରେ ପହଞ୍ଚିଛି। କେବଳ ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ଅଭିବୃଦ୍ଧି ହାର ୫.୮ ପ୍ରତିଶତକୁ ଖସି ଆସିଥିଲା। ଫଳରେ ଦ୍ରୁତତମ ଅଭିବୃଦ୍ଧି ହାସଲ ଦେଶ ମାନ୍ୟତାରେ ଭାରତ, ଚୀନଠାରୁ ପଛରେ ପଡିଯାଇଥିଲା। ସେ ଦୃଷ୍ଟିରୁ ଉତ୍ପାଦନ ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନିର୍ମଳାଙ୍କ ପ୍ରାଥମିକତା ହେବ ବୋଲି ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share