ଆଉ ଦୁଇଦିନ ହେବ ଥଣ୍ଡା:ଦାରିଙ୍ଗବାଡ଼ିରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଲା

ଭୁବନେଶ୍ୱର,  ୨୦।୧୨(ବ୍ୟୁରୋ): ଡିସେମ୍ବର ଶେଷ ହେବାକୁ ବସିଲାଣି। ଶୀତର ନାଁଗନ୍ଧ ନ ଥିଲା। ଗୁରୁବାର ହଠାତ୍‌ ପାରଦ ୨ରୁ ୩ ଡିଗ୍ରୀ ତଳକୁ ଖସିଯିବାରୁ ରାଜ୍ୟରେ ଶୀତ ବଢିଯାଇଛି। ଦାରିଙ୍ଗବାଡ଼ିରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଯାଇଛି। ଆସନ୍ତା ୨୩ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସରାଏ କିମ୍ବା ଦୁଇ ଅସରା ବର୍ଷା ମଧ୍ୟ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେ୍‌ଲସିୟସ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝର ୧୦, ଝାରସୁଗୁଡା ୧୦.୩, ହୀରାକୁଦ ୧୪.୮, ଫୁଲବାଣୀ ୧୧, ସମ୍ବଲପୁର ୧୧.୫, ସୁନ୍ଦରଗଡ଼ ୧୧.୫, ଭବାନୀପାଟଣା ୧୨.୫, ବାରିପଦା ୧୧.୫, ହୀରାକୁଦ ୧୪.୬, ତାଳଚେର ୧୪.୭, ବଲାଙ୍ଗୀର ୧୫.୬, କୋରାପୁଟ ୧୨.୮, ଟିଟିଲାଗଡ଼ ୧୨.୬, ମାଲକାନଗିରି ୧୮, ସୋନପୁରରେ ସର୍ବାଧିକ ୧୮.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Share