Categories: ଜାତୀୟ

ଆଉ ଲଗାଇବାକୁ ପଡିବନି ଲମ୍ବା ଲାଇନ୍‌: ଘରେ ପହଞ୍ଚିବ ରାଶନ

ନୂଆଦିଲ୍ଲୀ,୧୯।୨: ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ଘରେ ଘରେ ରାଶନ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ଏଏପି ଦିଲ୍ଲୀରେ ସରକାର ଗଢିବା ପରେ ରାଜ୍ୟରେ ଉକ୍ତ ଯୋଜନା ଲାଗୁ ପାଇଁ କାର୍ଯ୍ୟରମ୍ଭ ହୋଇଯାଇଛି। ଖାଦ୍ୟ ଏବଂ ଯୋଗାଣ ବିଭାଗୀୟ ମନ୍ତ୍ରୀ ଇମରାନ ହୁସେନ ଏହି ଯୋଜନା ତୁରନ୍ତ ଲାଗୁ ପାଇଁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଅଧିନିୟମ ୨୦୧୩ ଅନୁଯାୟୀ ଆବଶ୍ୟକ କାଗଜ ପତ୍ର ସହ ସେମାନଙ୍କ ନିକଟରେ ରାଶନ ପହଞ୍ଚାଇବାରେ ସହାୟତା କରିବା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରିବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

Share