ଆଉ ୩୦ ବିଏସ୍‌ଏଫ୍‌ ଯବାନ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୮।୫: କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଯବାନମାନେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଆଉ ୩୦ ଯବାନ ଶୁକ୍ରବାର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ବିଏସ୍‌ଏଫ୍‌ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ସଂକ୍ରମିତ ୩୦ ଜଣଙ୍କ ମଧ୍ୟରୁ ଦିଲ୍ଲୀର ୬ ଜଣ ଥିବା ବେଳେ ୨୪ ଜଣ ତ୍ରିପୁରାର ରହିଛନ୍ତି। ସମସ୍ତଙ୍କୁ ଏମ୍ସ, ଝାଜ୍ଜର ଓ ଜିବି ପନ୍ତ ହସ୍ପିଟାଲ, ଅଗରତାଲାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଏବେସୁଦ୍ଧା ପାଖାପାଖି ୨୨୩ ବିଏସ୍‌ଏଫ୍‌ ଯବାନ କରୋନାରେ ସଂକ୍ରମିତ ହୋଇସାରିଲେଣି।

Share